ଫୋକସରେ ପଶ୍ଚିମ ଓଡ଼ିଶା: ସମ୍ବଲପୁର ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ

ସମ୍ବଲପୁର ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ୧୧ଟା ୫୦ ମିନିଟ୍ ରେ ବିଜେପୁର ବ୍ଲକ କନାପାଲି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ ମୁଖ୍ୟମନ୍ତ୍ରୀ ।

ବରଗଡ଼(କେନ୍ୟୁଜ୍‌) :  ଫୋକସରେ ପଶ୍ଚିମ ଓଡ଼ିଶା । ସମ୍ବଲପୁର ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ୧୧ଟା ୫୦ ମିନିଟ୍ ରେ ବିଜେପୁର ବ୍ଲକ କନାପାଲି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ ମୁଖ୍ୟମନ୍ତ୍ରୀ ।

ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର ୪ ବ୍ଲକ, ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ପ୍ରାୟ ୨୫ ହଜାର ୬ଶହ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ସେହିପରି ବରଗଡ଼ରେ ୧୦୬ କୋଟି ଟଙ୍କା ବ୍ୟୟରେ ଶହେ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଲୋକାର୍ପିତ ହେବ । ପଶ୍ଚିମ ଓଡ଼ିଶାର କର୍କଟ ରୋଗୀମାନେ ଏହା ଦ୍ବାରା ବହୁ ମାତ୍ରାରେ ଉପକୃତ ହେବେ ।

ବିଜେପୁର ବ୍ଲକ କନାପାଲିଠାରେ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ନବୀନ। ସେହିପରି ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ପ୍ରକଳ୍ପର କରିବେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ  । ୨୩ କୋଟି ଟଙ୍କାରେ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ହୋଇଛି। ଏହାଛଡ଼ା ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୨୦ ପ୍ଲାଟୁନ ପୋଲିସ ଫୋର୍ସ , ୨୦ ଜଣ ଡିଏସ ପି , ୧୦୦ ଜଣ ଏସ ଆଇ ଙ୍କ ସମେତ ବରିଷ୍ଠ ଏବଂ ଅଭିଜ୍ଞ ପୋଲିସ ଅଧିକାରୀ ମୁତୟନ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.