Below header

ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରାଜ୍ୟ ସରକାର, ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ହିଟ୍‌ ୱେଭ୍‌ କୁ ନେଇ ମିଶନ୍‌ ଜିରୋ କାଜୁଆଲିଟି।ହିଟ୍‌ୱେଭ୍‌ରେ କାହାର ଜୀବନ ନ ଯାଉ । ଯଦି କେଉଁଠୁ ଗଣମାଧ୍ୟମରେ ମୃତ୍ୟୁ ଖବର ଆସିଲା ତେବେ ତୁରନ୍ତ ଯାଞ୍ଚ ହେଉ ।

ଭୁବନେଶ୍ୱର (କେନ୍ୟୁଜ): ହିଟ୍‌ ୱେଭ୍‌ ନେଇ ରାଜ୍ୟ ସରକାରଙ୍କ ମିଶନ ଜିରୋ କାଜୁଆଲ୍‌ଟି । ହାଇ ଆଲର୍ଟରେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ଏହାପରେ ଗ୍ରୀଷ୍ମ ପ୍ରବାହ ସତର୍କତା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC ସତ୍ୟବ୍ରତ ସାହୁ । ସେ କହିଛନ୍ତି, ଜିରୋ କାଜୁଆଲ୍‌ଟି ପାଇଁ ସବୁ ଉଦ୍ୟମ କରାଯିବ । ହିଟ୍‌ୱେଭ୍‌ରେ କାହାର ଜୀବନ ନ ଯାଉ । ଯଦି କେଉଁଠୁ ଗଣମାଧ୍ୟମରେ ମୃତ୍ୟୁ ଖବର ଆସିଲା ତେବେ ତୁରନ୍ତ ଯାଞ୍ଚ ହେଉ । ସତ୍ୟତା ଯାଞ୍ଚ ପରେ ବିଭାଗୀୟ କାର୍ଯ୍ୟଳୟକୁ ତୁରନ୍ତ ରିପୋର୍ଟ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ଏହାସହ ଜିଲ୍ଲା ସ୍ତରୀୟ କଣ୍ଟ୍ରୋଲ ରୁମ୍‌ ୨୪ ଘଣ୍ଟା କାର୍ଯ୍ୟକରୁ ଏବଂ IMD ୱାର୍ଣ୍ଣିଂ ଉପରେ ନିୟମିତ ଦୃଷ୍ଟି ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ସବୁ ସ୍ଥାନରେ ପାନୀୟ ଜଳ ଉପଲବ୍ଧ ଲାଗି ବ୍ୟବସ୍ଥା କରାଯାଉ । ବଜାର, ବସଷ୍ଟାଣ୍ଡ ଭଳି ଜନଗହଳି ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବାକୁ କୁହାଯାଇଛି । ପାନୀୟ ଜଳ ଯୋଗାଣ ସେବାରେ ବିଭିନ୍ନ ସଂଗଠନ ସାମିଲ ହୋଇ ପାରିବେ । ବସରେ ଆବଶ୍ୟକୀୟ ପାନୀୟ ଜଳ ଓ ORS ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଣ ଶୀତତାପ ନିୟନ୍ତ୍ରିତ ବସ୍‌ ଚଳାଚଳର ସମୟ ପରିବର୍ତ୍ତନ ସହ ଅଧିକ ହିଟ୍‌ ୱେଭ ସମୟରେ ଅଣ ଶୀତତାପ ନିୟନ୍ତ୍ରିତ ବସ୍‌ ଚଳାଚଳ ନକରିବାକୁ କୁହାଯାଇଛି । ଅତ୍ୟଧିକ ଖରା ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରା ନଯାଉ । ଶ୍ରମିକମାନଙ୍କ ପାଇଁ ପାନୀୟ ଜଳ ସହ ଆଶ୍ରୟ ସ୍ଥଳ ବ୍ୟବସ୍ଥା କରିବାକୁ ଚିଠିରେ କୁହାଯାଇଛି । ସ୍କୁଲ କଲେଜରେ ପାନୀୟ ଜଳ ଉପଲବ୍ଧ ସୁନିଶ୍ଚିତ ପାଇଁ ଅଧିକ ଧ୍ୟାନ ଦିଆଯାଉ । ଅଙ୍ଗନବାଡି, ସ୍କୁଲ ଓ କଲେଜ ଗୁଡିକରେ ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ଅଧିକାରୀଙ୍କୁ ନିଯୁକ୍ତ କରିବା ଲାଗି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି । ଏହାସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ କୁହାଯାଇଛି । ଗ୍ରୀଷ୍ମ ପ୍ରବାହ ନେଇ ଲୋକଙ୍କୁ ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.