ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାରୁ କରୁଣ ପରିଣତି; ଜୀବନ ହାରିଲା ନାବାଳିକା

ଛୋଟ କଥାକୁ ନେଇ ଭଉଣୀଙ୍କ ମଧ୍ୟରେ ବଚସା । ବେକରେ ଦଉଡ଼ି ଦେଇ ଜୀବନ ହାରିଲା ନାବାଳିକା । ଆନନ୍ଦପୁର ଥାନା ମଲାରପଦା ଗାଁରେ ଘଟିଛି ଅଭାବନୀୟ ଘଟଣା।

ଆନନ୍ଦପୁର (କେନ୍ୟୁଜ): ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ନାବାଳିକାଙ୍କ ଆତ୍ମହତ୍ୟା । ଆନନ୍ଦପୁର ଥାନା ମଲାରପଦା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁର ଉଲ୍ଲା ହୋଙ୍କ ବଡ଼ଭାଇଙ୍କ ଶୁଦ୍ଧି କ୍ରିୟା ଚାଲିଥିବା ବେଳେ ଉଲ୍ଲାଙ୍କ ତିନି ଝିଅ ଓ ତାଙ୍କ ବଡ଼ ଭାଇଙ୍କ ଦୁଇ ଝିଅ ଘରେ ଥିଲେ । କୌଣସି ଏକ କଥାକୁ ନେଇ ଦୁଇ ଭଉଣୀଙ୍କ ମଧ୍ୟରେ ବଚସା ହୋଇଥିଲା । ବାପାଙ୍କୁ ନାବାଳିକା ଝିଅ ଡାକିଥିଲା । ଉଲ୍ଲା ଆସିବାରେ ଡେରି ହେବାରୁ ନାବାଳିକା ଝିଅଟି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.