ରାଜ୍ୟରେ ବର୍ଷୁଛି ନିଆଁ ; ଆଜିଠୁ ୪ ଦିନ ବଢିବ ତାପମାତ୍ରା, ଛୁଇଁବ ୪୪ ଡିଗ୍ରୀ

କାଲିଠୁ ତିନି ଦିନ ପାଇଁ ହିଟ୍‌େଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ । ତାତିରେ ସିଝିବ ପଶ୍ଚିମ ଓଡ଼ିଶା । ବିଭିନ୍ନ ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ପାର କରିବ । ୪୪ ବି ଛୁଇଁପାରେ । ତତଲା କଡ଼େଇରେ ଭାଜିହେବ ଝାରସୁଗୁଡ଼ା ଜିଲ୍ଲା ।

ଭୁବନେଶ୍ୱର (କେନ୍ୟୁଜ): ଅସମ୍ଭାଳ ହେଲାଣି ଚୈତ୍ର ତାତି । ଆକାଶରୁ ଅଗ୍ନି ବର୍ଷୁଛି । ବର୍ଷା ଛାଡିବା ପରଠୁ ହଠାତ୍‌ ରାଜ୍ୟକୁ କଲବଲ କରୁଛି ତାତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଡେଇଁଛି ୪୦ ଡିଗ୍ରୀ । ଆସନ୍ତାକାଲିଠୁ ଆହୁରି ଜଳିବ ଓଡ଼ିଶା । କାଲିଠୁ ତିନି ଦିନ ପାଇଁ ହିଟ୍‌େଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ । ତାତିରେ ସିଝିବ ପଶ୍ଚିମ ଓଡ଼ିଶା । ବିଭିନ୍ନ ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ପାର କରିବ । ୪୪ ବି ଛୁଇଁପାରେ । ତତଲା କଡ଼େଇରେ ଭାଜିହେବ ଝାରସୁଗୁଡ଼ା ଜିଲ୍ଲା ।

ଆସନ୍ତାକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ରହିପାରେ । ୧୪ ଓ ୧୫ରେ ଝାରସୁଗୁଡ଼ାରେ ୪୪ ଡିଗ୍ରୀ ସେଲସିୟସ୍‌ ଛୁଇଁଯିବ ତାତି । ସେହିପରି କାଲି ଟିଟିଲାଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିପାରେ । ୧୪ରେ ଏସବୁ ସ୍ଥାନରେ ତାତି ଛୁଇଁପାରେ ୪୩ ଡିଗ୍ରୀ ସେଲସିୟସ୍‌ । ୧୫ ତାରିଖରେ ପଶ୍ଚିମ ଓଡ଼ିଶାରେ ଅଧିକ ରହିବ ଗ୍ରୀଷ୍ମ ଲହରର ପ୍ରଭାବ । ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୪ ଡିଗ୍ରୀକୁ ବଢ଼ିପାରେ । ଟିଟିଲାଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, ରାଉରକେଲା ଓ ବାରିପଦାରେ ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଏହି ତିନି ଦିନରେ କିଛି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ବି ଛୁଇଁଯିବ । ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ସମେତ ୯ଟି ସହରରେ ପାରଦ ଛୁଇଁଥିଲା ୪୦ ଡିଗ୍ରୀ । ସବୁଠୁ ଉତ୍ତପ୍ତ ସହର ବାରିପଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.