ସେଣ୍ଟ୍ରାଲ ଫୋରେନସିକ୍‌ ଲାବ୍‌ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍‌ ଫୋନ୍‌, ମିଳିପାରେ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍‌ ଫୋନକୁ ଯାଞ୍ଚ ପାଇଁ କୋଲକାତା ସ୍ଥିତ CFSL ପଠାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ ।

ଭୁବନେଶ୍ଵର (କେନ୍ୟୁଜ): ସେଣ୍ଟ୍ରାଲ ଫୋରେନସିକ୍‌ ଲାବ୍‌ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍‌ ଫୋନ୍‌ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍‌ ଫୋନକୁ ଯାଞ୍ଚ ପାଇଁ କୋଲକାତା ସ୍ଥିତ CFSL ପଠାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ । ଭୁବନେଶ୍ୱର SFSLରୁ ଏହି ଫୋନକୁ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ନାୟକ ଆଣି CFSL ପଠାଇବେ । SDJM ଭୁବନେଶ୍ୱରଙ୍କ ମାଧ୍ୟମରେ କୋଲକତା CFSLକୁ ପଠାଯିବ । ଅର୍ଚ୍ଚନାଙ୍କ ଓପୋ, ସାମସଙ୍ଗ ଫୋଲଡେଡ୍‌ ଫୋନ୍‌ ଓ ଜଗବନ୍ଧୁଙ୍କ apple iphone ରହିଛି ।

ଏଥିରେ ହନିଟ୍ରାପ ଓ ବ୍ଲାକମେଲିଂ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଅନୁମାନ କରାଯାଉଛି । ଗିରଫ ପରେ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଥିଲା ପୋଲିସ । ସେଥିରେ କଣ ତଥ୍ୟ ରହିଛି ଜାଣିବା ପାଇଁ ପୋଲିସ ଷ୍ଟେଟ୍‌ ଫୋରେନସିକ୍‌ ଲାବରୋଟୋରୀକୁ ପଠାଇଥିଲା । ମାମଲାର ତଦନ୍ତ ଭାର ଇଡି ନେବା ପରେ ମୋବାଇଲ୍‌ରୁ ତଥ୍ୟ ଆବଶ୍ୟକ ହୋଇଥିଲା । ଏନେଇ ଇଡି SFSLକୁ ମାଗିଥିଲା ତଥ୍ୟ । କିନ୍ତୁ SFSL ଅଧିକାରୀ କହିଥିଲେ, ଅର୍ଚ୍ଚନା ତଥ୍ୟ ଡିଲିଟ୍‌ ହୋଇଥିବା କରି ଦେଇଥିଲେ । ଯାହାକୁ ରିଟ୍ରାଇଭ୍‌ କରିବା କଷ୍ଟ । ଏହାପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ମୋବାଇଲ୍‌ ଫୋନକୁ CFSLକୁ ପଠାଇବା ପାଇଁ ଗତ ଜାନୁଆରୀରେ ଅନୁରୋଧ କରିଥିଲା ଇଡି ।

ଅନ୍ୟପଟେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ପାଇଁ ଅଡୁଆ ବଢ଼ିଛି । ଇଡି ଅନେକ ଥର ସମନ କରିଥିଲେ ବି ହାଜର ହେଉ ନାହାନ୍ତି । ଆସନ୍ତା ୨୪ ତାରିଖରେ ହାଜର ହେବାକୁ ସମନ ହୋଇଛି । ସେଦିନ ହାଜର ନେହେଲେ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି ହେବ ବୋଲି ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.