Below header

ବୌଦ୍ଧ: ଦୁଇଟି ପୃଥକ୍ ସ୍ଥାନରେ ଦୁର୍ଘଟଣା, ୨ ମୃତ

ବୌଦ୍ଧ ମହାନଦୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ସେହିପରି ସରସରା ସୁନାଖାଇ ପୋଲ ନିକଟରେ । ସାଇକେଲକୁ ପିଟିଲା ବାଇକ। ବାଇକ ଆରୋହୀ ମୃତ।

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ମହାନଦୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବୌଦ୍ଧ ମୁରଷୁଣ୍ଢି ଗ୍ରାମର କୃପାସିନ୍ଧୁ ବାରିକ । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ମାରିଥିବା ବେଳେ ବୋୖଦ୍ଧ ପୋଲିସ ବ୍ରିଜ଼ ଛକ ନିକଟରେ କାବୁ କରିଥିଲା ।

ସୂଚନା ଅନୁସାରେ ବୌଦ୍ଧ ମହାନଦୀ ପୋଲ ନିକଟ ଦେଇ କୃପାସିନ୍ଧୁ ନିଜ ଘରକୁ ଫେରୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ମାଡିଯାଇଥିଲା । ଟ୍ରକଟି ରେଢ଼ାଖୋଲ ପଟୁ ବୌଦ୍ଧ ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ କିଆକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରିବା ସହ ଏହି ଘଟଣାରେ ଏକ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସେପଟେ ବୌଦ୍ଧ ସରସରା ସୁନାଖାଇ ପୋଲ ନିକଟରେ ଦୁର୍ଘଟଣା ଘଟିଛି । ସାଇକେଲକୁ ପିଟିଲା ବାଇକ । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କଟାତଲ ଗ୍ରାମର ବିରେନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି। ବିରେନ୍ଦ୍ର ବୋୖଦ୍ଧରୁ ନିଜ ଘରକୁ ଫେରିବା ସମୟ ସୁନାଖାଇ ପୋଲ ନିକଟରେ ଘଟି ଥିଲା ଦୁର୍ଘଟଣା । ଜଣେ ସାଇକେଲ ଆରୋହୀକୁ ପିଟିବା ସହିତ ରାସ୍ତା କଡ଼ରେ ଥିବା ଡିଭାଇଡର୍ ରେ ପିଟି ହୋଇଥିଲେ ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସାଇକେଲ ଆରୋହୀ ଜଣକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବୋୖଦ୍ଧ ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି ରଖିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.