Below header

ଆସନ୍ତା ୧୦ରେ ପ୍ରଥମ ଥର ମାଣ୍ଡିଆ ଦିବସ ପାଳିବ ରାଜ୍ୟ, ପ୍ରସ୍ତୁତି ସମୀକ୍ଷା କଲେ କୃଷି ମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ନଭେମ୍ବର ୧୦ରେ ପାଳନ ହେବ ମାଣ୍ଡିଆ ଦିବସ । ଓଡ଼ିଶା ମିଲେଟ୍‌ ମିଶନର ମାସ୍କଟ ବିୟୁଟିଫୁଲ୍‌ ମିଲି । ମାଣ୍ଡିଆ ଦିବସ ନେଇ ସୁନ୍ଦରୀ ମିଲି ରାଜ୍ୟବ୍ୟାପୀ ପ୍ରଚାର ପ୍ରସାର କରିବ । ମିଲେଟ୍‌ ମିଶନର ମାସ୍କଟ ଭାବରେ ବିୟୁଟିଫୁଲ୍‌ ମିଲିକୁ ସାମିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ । ଏନେଇ ଫଟୋ ସେୟାର କରିଛନ୍ତି କୃଷି ମନ୍ତ୍ରୀ ଓ କୃଷି ବିଭାଗ ପ୍ରମୁଖ ସଚିବ । ମାସ୍କଟ ମିଲି ସମ୍ବଲପୁରୀ ଶାଢ଼ୀରେ ନଜର ଆସିଛି ।

ଜାନୁଆରୀରେ ହେବାକୁ ଥିବା ପୁରୁଷ ହକି ଓ୍ଵାର୍ଲଡ କପ୍‌ରେ ସାମିଲ ହେବ ମାସ୍କଟ ମିଲି । ହକି ଜର୍ସିରେ ଥିବା ଫଟୋ ସାମନାକୁ ଆସିଛି । ଇଣ୍ଟରନ୍ୟାସନାଲ ଇୟର ଅଫ ମିଲେଟସ୍‌ରେ ମଧ୍ୟ ବିୟୁଟିଫୁଲ ମିଲିକୁ ଦେଖିବାକୁ ମିଳିବ । ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ମିଲେଟ ମିଶନ । ଦେଶରେ କାହିଁକି ବିଶ୍ୱରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଂଶସା ମିଳିଛି । ମାଣ୍ଡିଆ ଜାତୀୟ ଶସ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର । ଲୋକେ ଏ ନେଇ ଅଧିକ ସଚେତନ ହେବା ସହ ଏହାର ଲୋକପ୍ରିୟତା ମଧ୍ୟ ବଢିଛି । ଆଦିବାସୀଙ୍କ ଆଦି ଅନ୍ନ ମାଣ୍ଡିଆ । ନଭେମ୍ବର ୧୦ ମାର୍ଗଶିର ମାସର ପ୍ରଥମ ଗୁରୁବାର । ଧନଦାତ୍ରୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ପବିତ୍ର ଦିନ । ତେଣୁ ସେହି ଦିନକୁ ମାଣ୍ଡିଆ ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.