ଝିଅ କହୁଛି, ‘ମୁଁ ଯୁଆଡ଼େ ଯିବି…ମୋତେ ଛାଡ଼’, ଲୋକେ କିନ୍ତୁ ପୋଲିସକୁ ଡାକି କରିଦେଲେ ହସ୍ତାନ୍ତର

ରାସ୍ତାରେ ଅଜଣା ଅଚିହ୍ନା ଝିଅଟିଏ ବୁଲୁଛି । କିଏ ସେ କାହାଘର ଝିଅ କାହାକୁ ଜଣା ନାହିଁ । ପିଲାଟିକୁ ଦେଖି ତା’ ନାଁ ଗାଁ ପଚାରି ଥିଲେ ସ୍ଥାନୀୟ ଲୋକ, ହେଲେ ଝିଅଟି କିଛି କହିଲା ନାହିଁ। ଯିଏ ଯେତେ ପଚାରିଲେ କିଛି କହିଲା ନାହିଁ, ବରଂ ମୁଁ ଯୁଆଡ଼େ ଯିବି ମୋତେ ଛାଡ ବୋଲି ଉତ୍ତର ଦେଲା। ଝିଅଟିର ଏଭଳି ଉତ୍ତର ଦେଖି ଧୀରେ ଧୀରେ ଗାଁ ଲୋକ ଏକାଠି ହେଲେ । ମଝିରେ ମଝିରେ ଝିଅଟି ପେଟକୁ ଧରି ଉ ଆ ହେଉଥିଲା । ତା’ ଅଵସ୍ଥା ଦେଖି ଲାଗୁଥିଲା, ସେ ମାନସିକ ସ୍ତରରେ ସାମାନ୍ୟ ଅସୁସ୍ଥ ଥାଇ ପାରେ । ତେବେ କେବେଠୁ ଏଠି ବୁଲୁଛି କାହିଁକି ବୁଲୁଛି, କେମିତି ଏଠାକୁ ଆସିଲା, ଜାଣିବା ପାଇଁ ଯେତେ ଚେଷ୍ଟା କଲେ ବି କିଛି ଜଣାପଡି ନାହିଁ । ଝିଅଟିକୁ ପ୍ରଥମେ ଖାଇବାକୁ ଦିଆଗଲା ହେଲେ ସେ ଖାଇ ନ ଥିଲା।

ଆସିକା ବ୍ଳକ୍ ଅନ୍ତର୍ଗତ ପାଟିଳିଗୁଡା ଗାଁରୁ ଏହି ନାବାଳିକାଙ୍କୁ ଉଦ୍ଧାର କରି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ଉଦ୍ଧାର ହୋଇଥିବା ନାବାଳିକା ଜଣକ କହୁଛନ୍ତି, ମୁଁ ଯିବି, ଚାଲି ଚାଲି ପଳେଇବି, ମୋ ଗୋଡ଼ରେ ଯିବି । ଠିକଣା କହିବିନି । ଏପରି କି, ଯେତେ ପଚାରିଲେ ମଧ୍ୟ ସେ ନିଜର ପରିଚୟ ଦେଉ ନାହାନ୍ତି।

ଦୀପାବଳି ଦିନ ଗାଁରେ ବାଣ ଫୁଟା ସାରିବା ପରେ କିଛି ଲୋକ ବୁଲା ବୁଲି କରୁଥିଲେ, ଏକୁଟିଆ ଝିଅଟିକୁ ଦେଖିଲେ । ତା’ର ଡ୍ରେସର ଅସସ୍ଥା ଦେଖି ଲାଗିଥିଲା ଦିନେ ଦୁଇ ଦିନ ହେବ ସେ ଏମିତି ବୁଲୁଛି । ରାତିରେ କୈାଣସି ସ୍ଥାନରୁ ପାଟିଳିଗୁଡା ଗାଁକୁ ପଳାଇ ଆସିଥିବା ଜଣା ପଡ଼ୁଛି । ତେବେ ନାବାଳିକାଙ୍କୁ ଦେଖି ସ୍ଥାନୀୟ ଲୋକେ ଗାଁ ନିକଟରେ ତାଙ୍କୁ ଠାବ କରି, ତାଙ୍କ ସହ କଥା ହେବାକୁ ଲାଗିଲେ।

ତେବେ କିଭଳି ଓ କେଉଁ ପରିସ୍ଥିତିରେ ଉକ୍ତ ନାବାଳିକା ଜଣକ ଘରୁ ଚାଲିଆସିଛନ୍ତି, ତାହା ଅସ୍ପଷ୍ଟ ରହିଛି । ରାତି ସାରା ଝିଅଟିକୁ ଜଗି ରହିଥିଲେ ଗାଁ ଲୋକେ। ଖାଇବାକୁ ଦେଲେ, ପାଣି ଦେଲେ, କିନ୍ତୁ ସେ ଥୟ ହୋଇ ବସୁ ନ ଥିଲା। ଗାଁ ଲୋକେ ଝିଅଟିର ହାବ ଭାବ ମୋବାଇଲରେ କଏଦ୍ କରି ପୋଲିସକୁ ଖବର ଦେଲେ। ପ୍ରଶାସନକୁ ଜଣାଇଲେ। ଆସିକା ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ପରେ ମେଡିକାଲରେ ଚିକିତ୍ସା କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛନ୍ତି।

ପିଲାଟିକୁ ଦେଖିଲେ ଲାଗୁଛି ହୁଏତ ତାକୁ କେହି ଅପହରଣ କରି ନେଇଯିବାକୁ ବସିଥିଲା, ହେଲେ ସେ ଖସି ପଳାଇ ଆସିଛି। ହୁଏତ ତା’ ମାନସିକତାକୁ ଶକ୍ତ ଧକ୍କା ଲାଗିଛି। ଫଟୋ ଦେଖିବା ପରେ ଯଦି ଆପଣ ପିଲାଟିକୁ ଚିହ୍ନି ଛନ୍ତି, ତୁରନ୍ତ ଆସିକା ପ୍ରଶାସନ ସହ ଯୋଗାଯୋଗ କରନ୍ତୁ । ରାଜ୍ୟରେ ଏଭଳି ଘଟଣା ବହୁ ମାତ୍ରାରେ ବଢିବା ଭଳି ଲାଗୁଛି। କିଛି ଦିନ ତଳେ ଭୁବନେଶ୍ଵର ଅଞ୍ଚଳରୁ ଜଣେ ନାବାଳକଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକ, ଆଉ ଏବେ ଆସିକାରେ ନାବାଳିକାଙ୍କୁ ଠାବ କରାଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.