ଏନଟିପିସିରେ ୮୬୪ ପଦବୀ ଖାଲି, ୨୮ ଅକ୍ଟୋବରରୁ ଆବେଦନ ଆରମ୍ଭ, ଦେଖନ୍ତୁ ନୋଟିଫିକେସନ୍

ଏନଟିପିସିରେ ସରକାରୀ ଚାକିରି କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଦେଶର ସାର୍ବଜନିକ କ୍ଷେତ୍ରରୁ ଗୋଟିଏ ହେଉଛି ଏନଟିପିସି ଲିମିଟେଡ । ଏହାର ବିଭିନ୍ନ ବିଭାଗରେ ଇଂଜିନିୟରିଂ ଏକ୍ଜୁକେଟିଭ ଟ୍ରେନି ପାଇଁ ଗ୍ରାଜୁଏଟ ଇଂଜନିୟର ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଜାରି କରିଛି । କମ୍ପାନୀରେ ଇଲେକ୍ଟ୍ରିକାଲ, ମେକାନିକାଲ,ଇଲୋକ୍ଟ୍ରୋନିକ୍ସ,ଇନ୍ଷ୍ଟମେଣ୍ଟେସନ, ସିଭିଲ ଓ ମାଇନିଂ ଇଂଜିନିୟର ପଦବୀ ପାଇଁ ମୋଟ ୮୬୪ ପଦବୀ ଖାଲି ପଡିଛି ।
ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଗ୍ରାଜୁଏଟ ଏପ୍ଟିଚୁଡ ଟେଷ୍ଟ ଇନ ଇଂଜିନିୟରିଂ (ଗେଟ) ୨୦୨୨ ଆଧାର ଉପରେ କରାଯିବ । ଏହାର ଆବେଦନ ପ୍ରକ୍ରିୟା ଶୁକ୍ରବାର ୨୮ ଅକ୍ଟୋବରରୁ ଆରମ୍ଭ ହେବ । ଆବେଦନର ଶେଷ ତାରିଖ ୧୧ ନଭେମ୍ବର ୨୦୨୨ କୁ ସ୍ଥିର କରାଯାଇଛି ।
NTPC ରେ ଆବେଦନ ପାଇଁ ପ୍ରକ୍ରିୟା :
ଏନ୍ଟିପିସିରେ ଇଂଜିନିୟରିଂ ଏକ୍ଜୁକେଟିଭ ଟ୍ରେନି ପାଇଁ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସରକାରୀ େଓ୍ଵବସାଇଟ ntpc.co.in ରେ ଅନଲାଇନ ଆବେଦନପତ୍ରକୁ ଯାଇ ଆବେଦନ କରିପାରିବେ । ଆବେଦନ ଶୁଳ୍କ ୩୦୦ ଟଙ୍କା ରଖାଯାଇଛି । ଯାହାକୁ ଆବେଦନକାରୀ ଅନଲାଇନରେ ଦାଖଲ କରିବେ । ଆବେଦନ ପୂର୍ବରୁ ପ୍ରାର୍ଥୀ ନିଯୁକ୍ତି ସୂଚନା ଦେଖନ୍ତୁ ।
ପ୍ରାର୍ଥୀ ଆବେଦନ ସମ୍ବନ୍ଧିତ ବିଷୟରେ ପୂର୍ଣ୍ଣକାଳୀନ ଡିଗ୍ରୀରେ ୬୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଦରକାର । ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ଅତି କମରେ ୫୫ ପ୍ରତିଶତ ମାର୍କ ରହିଥିବା ଦରକାର । ଏଥିସହ ପ୍ରାର୍ଥୀ (ଗେଟ) ୨୦୨୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ।
ବିଭିନ୍ନ ପଦବୀ ପାଇଁ ଆବଶ୍ୟକୀୟ ଖାଲି ଥିବା ପଦବୀ
• ଇଲେକ୍ଟ୍ରିକାଲ ଇଂଜିନିୟର – ୨୮୦
• ମେକାନିକାଲ ଇଂଜିନିୟର – ୩୬୦
• ଇଲୋକ୍ଟ୍ରୋନିକ୍ସ/ଇନ୍ଷ୍ଟମେଣ୍ଟେସନ ଇଂଜିନିୟର – ୧୬୪
• ସିଭିଲ ଇଂଜିନିୟର – ୩୦
• ମାଇନିଂ ଇଂଜିନିୟର – ୩୦