ପୁରୀର ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ : ମୁଖ୍ଯ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ର୍ନିଦ୍ୱନ୍ଦରେ ଖଲାସ କରିଛି ସେସନ କୋର୍ଟ

ପୁରୀ (କେନ୍ୟୁଜ): ପୁରୀର ବହୁଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ୍‌ ଗୁନ ସିଂହାରୀ ଗୁଳିକାଣ୍ଡ ହତ୍ୟା ଘଟଣାର ଆଜି ଶୁଣାଣି ହୋଇଛି। ମୁଖ୍ଯ ଅଭିଯୁକ୍ତ ସର୍ବେଶ୍ୱର ଆପଟ୍ଟ ସମେତ ୫ ଜଣଙ୍କୁ ର୍ନିଦ୍ୱନ୍ଦରେ ଖଲାସ କରିଛନ୍ତି ଅତିରିକ୍ତ ସେସନ କୋର୍ଟ। ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ କାଉନସିଲର ତଥା ସେବାୟତ ତଳୁଛ ଭଗବାନ ମହାପାତ୍ରଙ୍କୁ ମଣିକର୍ଣ୍ଣିକା ସାହି ଯାଗା ଘର ନିକକରେ ଗୁଳି କରି ହତ୍ୟା କରାଯାଇଥିଲା।

ଏହି ଘଟଣାକୁ ସହରରେ ଆଲୋଡନ ସୃଷ୍ଟି ହୋଇଥିଲା। ଟାଉନ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ମୁଖ୍ଯ ଅଭିଯୁକ୍ତ ସର୍ବେଶ୍‌ର ଆପଟ, କୃଷ୍ଣଚନ୍ଦ୍ର ପ୍ରତିହାରୀ ସମେତ ୫ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ଅତିରିକ୍ତ ସେସନସ ଜଜ କୋର୍ଟ ରେ ମାମଲାର ବିଚାର ଚାଲିଥିଲା। ଆଜି ଶୁଣାଣୀ ସମୟରେ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ତଥ୍ଯ ପ୍ରମାଣକୁ କୋର୍ଟ ଖାରଜ କରି ସମସ୍ତ ଅଭିଯୁକ୍ତଙ୍କୁ ର୍ନିଦ୍ଵନ୍ଦ୍ଵରେ ଖଲାସ କରିଛନ୍ତି। ମୁଦଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ମିଶ୍ର ଓ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସତ୍ୟନାରାୟଣ ତ୍ରିପାଠୀ ପରିଚାଳନା କରିଥିଲେ।