ହାଇସ୍ପିଡ଼ରେ ଆସୁଥିବା ଟ୍ରେନ ଆଗକୁ ମହିଳାଙ୍କୁ ଠେଲିଦେଲେ, ଏହା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଟ୍ରେନ ଷ୍ଟେସନ ହେଉ ଅବା ମେଟ୍ରୋ, ସବୁବେଳେ ଟ୍ରାକ ଆଗରେ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖି ସମସ୍ତେ ଭୟଭୀତ ହୋଇଯାଉଛନ୍ତି। ଟ୍ରାକ ଆଗକୁ କେଉଁ ଛୋଟ ପିଲା ଗଲାଣି ତ କାହାକୁ କିଏ ଟ୍ରେନ ଆଗକୁ ଠେଲି ଦେଲାଣି। ଏମିତିବି ଜୀବନ ବଞ୍ଚାଇବାର ଖବର ମଧ୍ୟ ଖୁବ ଭାଇରାଲ ହେଉଛି।
ତେବେ ଆଜି ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ଦେଖିଲେ ଆପଣ ମଧ୍ୟ ଡରିଯିବେ। ହାଇସ୍ପିଡରେ ଆସୁଥିବା ଟ୍ରେନ ଆଗକୁ ଯିବା ମାନେ ନିଜ ମରଣକୁ ନିମନ୍ତ୍ରଣ କରିବା।ଆଉ ଏମିିତି କିଛି ଘଟିଛି ଏହି ବ୍ୟକ୍ତିଙ୍କ ସହ। ଏଠାରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କୁ ଟ୍ରେନ ଆଗକୁ ଠେଲି ଦେଉଛନ୍ତି। ଯାହା ସିସିଟିଭି ରେ କଏଦ ହୋଇଛି । ଦେଖନ୍ତୁ ପ୍ରଥମେ ଏହି ଭିଡ଼ିଓ..
(⚠️Vidéo choc)
Tentative de meurtre dans la station de métro Rogier à Bruxelles ce vendredi vers 19h40. pic.twitter.com/dT0ag5qEFu— Infos Bruxelles🇧🇪 (@Bruxelles_City) January 14, 2022
ହାଇସ୍ପିଡରେ ଆସୁଥିବା ଟ୍ରେନ ଆଗକୁ ଜଣେ ମହିଳାଙ୍କୁ ଅଚାନକ ଧକ୍କା ମରାଯାଉଛି। ବ୍ରେସେଲ୍ସ ନାମକ ଜଣେ ବ୍ୟକ୍ତି ଏକ ମହିଳାଙ୍କୁ ଜାଣିଶୁଣି ଚଳନ୍ତା ଟ୍ରେନ ଆଗକୁ ଠେଲିଦେଲେ। ଯାହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। ଏହା ଗତ ଶୁକ୍ରବାର ବେଲଜିୟମ ର ରାଜଧାନୀ ରୋଜିୟର ମେଟ୍ରୋ ଷ୍ଟେସନରେ ଘଟିଥିଲା।
ପ୍ରଥମେ ଏହି ବ୍ୟକ୍ତି ଜଣକ ପ୍ଲାଟଫର୍ମରେ ବିକୁଥିବା ବେଳ ମେଟ୍ରୋ ପାଖକୁ ଆସିବା ପରେ ହିଁ ସେ ମହିଳା ଜଣଙ୍କୁ ଟ୍ରେନ ଆଗକୁ ଠେଲିଦେଲ।ା ଏହିସ୍ଥିତିରେ କିନ୍ତୁ ଭଲ ଖବର ଏହା ଥିଲା ଯେ, ଏହାକୁ ଦେଖି ତୁରନ୍ତ ଟ୍ରେନ ଡା୍ରଇଭର ଆପାତ୍ତକାଳୀନ ସ୍ଥିତିରେ ବ୍ରେକ ଲଗାଇଦେଇଥିଲେ । ଯାହାଦ୍ୱାରା ମହିଳାଙ୍କ ଜୀବନ ବଞ୍ଚିଯାଇଛି। କିନ୍ତୁ ବ୍ୟକ୍ତି ଜଣକ ଏଭଳି ଘଟଣା ପଛରେ କାରଣ ସମ୍ପର୍କରେ ଏବେ ବି ଖୋଳତାଡ଼ ଚାଲିଛି।