ପ୍ରଥମ ଦିନିକିଆ : ଦକ୍ଷିଣ ଆଫ୍ରିକା ଦଳର ଦୁଇ ଦୁଇ ଜଣଙ୍କ ଶତକ, ଭାରତ ପାଇଁ ବଡ଼ ଟାର୍ଗେଟ୍

ପାରି : ଦୁଇଟି ଶତକ ସହାୟତାରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଭାରତ ଆଗରେ ରଖିଛି ୨୯୭ ରନ୍ର ବଡ଼ ଟାର୍ଗଟ୍ । ଆଜି ଏଠାରେ ଖେଳା ଯାଉଥିବା ଚଳିତ ସିରିଜ୍ର ପ୍ରଥମ ଦିନିକିଆ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍ରେ ୨୯୬ ରନ୍ ସ୍କୋର କରିଛି । ଦଳ ପକ୍ଷରୁ ତେମ୍ବା ବଭୁମା ୧୧୦ ରନ୍ କରିଥିବା ବେଳେ ରାସି ଭାନଡେର ଡୁସେନ୍ କରିଛନ୍ତି ଅପରାଜିତ ୧୨୯ ରନ୍ ।
ଦକ୍ଷିଣ ଆଫ୍ରିକା ତରଫରୁ ବଭୁମା ଏବଂ ଡୁସେନ୍ ତୃତୀୟ ଓ୍ଵିକେଟ୍ରେ ୨୦୪ ରନ୍ ସଂଗ୍ରହ କରିଥିଲେ ।ଭାରତୀୟ ବୋଲର ଆଜି ଯେମିତି ପ୍ରଭାବ ଶୂନ୍ୟ ହୋଇ ଯାଇଥିଲା ଭଳି ଲାଗିଲା । ତଥାପି ବୁମରା ୨ଟି ଓ୍ଵିକେଟ୍ ଦଖଲ କରିଥିଲେ ।