ବହୁ ଚର୍ଚ୍ଚିତ ‘କୋକୋ’ର ସ୍ୱାସ୍ଥ୍ୟବସ୍ଥା ଠିକ ଅଛି, କଟକର ମହାନଦୀ ବିହାରରେ ଥିବା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ଯାଳୟରେ ରହିଛି

କଟକ (କେନ୍ୟୁଜ) :ବହୁ ଚର୍ଚ୍ଚିତ କଟକର ଶୁଆ କୋକୋର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ ଅଛି। କଟକର ମହାନଦୀ ବିହାରରେ ଥିବା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ଯାଳୟରେ ରହିଛି କୋକୋ। କୋକୋକୁ ଦେଖିଲେ ଲାଗୁଛି ସେ ତା ମାଲିକାଣୀ ସସ୍ମିତା ବେହେରାଙ୍କୁ ଝୁରୁଛି। ସକାଳେ ଭାତ,ଡାଲି,ବିନ ଓ ସନ୍ଧ୍ୟାରେ ରେ ପିଜୁଳି ଖାଇଥିଲା କୋକୋ। (ଡି ଅଫ ଓ) କାଲି ସକାଳେ ଆସିଲେ କୋକୋର ସ୍ୱାସ୍ଥ୍ୟଅବସ୍ଥା ଦେଖିବେ ଓ ତାପରେ କଟକର ନନ୍ଦନକାନନ ରେ ଶୁଆ କୋକୋକୁ ଛାଡିବେ ବୋଲି ସୂଚନା ଦେଇଛନ୍ତି ଫୋରେଷ୍ଟ ରେଞ୍ଜର ଦୁର୍ଗା ଚରଣ ସାହୁ।

ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ସସ୍ମିତାଙ୍କ ଘରୁ ଶୁଆ କେଉଁଆଡେ ପଳାଇଯାଇଥିଲା । କିନ୍ତୁ ବହୁ ଖୋଜା ଖୋଜି ପରେ ଶୁଆ ଘରକୁ ଫେରିଥିବା ବେଳେ ତାକୁ ନେବାକୁ ସସ୍ମିତାଙ୍କ ଘରେ ବନବିଭାଗ ଟିମ୍ ପଂହଚି ଏହାକୁ ନେଇଯାଇଥିଲେ। ଅନିଚ୍ଛା ସତ୍ୱେ କୋକୋକୁ ବନବିଭାଗ ହାତରେ ଟେକି ଦେଇଛନ୍ତି କଟକ ତୁଳସୀପୁରର ପ୍ରଫେସର ସସ୍ମିତା ବେହେରା । ଶୁଆକୁ ନେବା ପାଇଁ ଗତକାଲି ତାଙ୍କ ଘରେ ପହଞ୍ଚିଥିଲେ ବନବିଭାଗ ଟିମ୍ । ତେବେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଆଧାରରେ ଘରେ ଶୁଆ ରଖିବା ବେଆଇନ । ତେଣୁ ଶୁଆକୁ ବନବିଭାଗ ନେଇଯାଇଛି । ଅତି ସ୍ନେହରେ ଶୁଆ କୋକୋକୁ ପାଳିଥିବା ପ୍ରଫେସର ସସ୍ମିତା ଛାଡିବାକୁ ପ୍ରଥମେ ଅରାଜି ହେଉଥିବା ବେଳେ ଶେଷରେ ସେ କୋକୋକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.