ଧୋନିଙ୍କ ଗ୍ୟାରେଜରେ ଆଉ ଏକ ନୂଆ ଗାଡ଼ି ସାମିଲ, ଗାଡ଼ି ନିଲାମରୁ କିଣିଲେ ଭିନଟେଜ୍ ଲ୍ୟାଣ୍ଡ ରୋଭର -୩

ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ କ୍ୟାପଟେନ ଏମଏସ ଧୋନିଙ୍କର ଗାଡ଼ି ପ୍ରତି ଥିବା ଦୁର୍ବଳତାକୁ ସମସ୍ତେ ଜାଣନ୍ତି । ସେ ସବୁବେଳେ ନିଜେ ରଖିଥିବା ଗାଡ଼ିର ଭଲ ଭବେ ଯତ୍ନ ନିଅନ୍ତି । ଧୋନି ନୂଆ ନୂଆ ଡିଜାଇନ୍ର ଗାଡ଼ି କିଣିବାକୁ ଖୁବ୍ ପସନ୍ଦ କରନ୍ତି। ଯଦି ତାଙ୍କର ଗାଡ଼ି କଲେକ୍ସନ କଥା କୁହାଯାଏ ତେବେ ସବୁ କ୍ରିକେଟ ଖେଳାଳିଙ୍କ ଅପେକ୍ଷା ତାଙ୍କ ପାଖରେ ଅଧିକ ଗାଡ଼ି କଲେକ୍ସନ ରହିଛି ।

car
Picture Credit – Pinterest

ତେବେ ଧୋନି ନିଜ କାର ଗରେଜ୍ରେ ଆଉ ଏକ ଗାଡି ଭିଣ୍ଟେଜ୍ କ୍ଲାସିକ୍ ରୋଭର -୩ ସାମିଲ କରିଛନ୍ତି । ଧୋନି ଏହାକୁ ଅନଲାଇନ ନିଲାମରୁ କିଣିଛନ୍ତି । ୨୦୨୧ ଡିସେମ୍ବର ୧୯ ତାରିଖରେ ବିଗ୍ ବୟ ଟଏଜ୍ ଏହି ଗାଡ଼ିକୁ ୧ ଟଙ୍କାରୁ ଆରମ୍ଭ କରି ୨୫ ଲକ୍ଷ ପର୍ଯ୍ୟନ୍ତ ନିଲାମ କରିଥିଲା । ତେବେ ଏହି ନିଲମ୍ରେ ଅନେକ ବଡ଼ ବିଜନେସମ୍ୟାନ ସାମିଲ ଥିଲେ । କିନ୍ତୁ ଧୋନି ଏହି ଗାଡ଼ି କିଣିପାରିଛନ୍ତି । ଧୋନି ନିଜ ଫାର୍ମ ହାଉସରେ ତିଆରି କରିଛନ୍ତି ଗାଡ଼ି ସୋରୁମ୍।

ମିଡିଆ ରିପୋର୍ଟ ଅନୁଯାୟୀ, ମାହି ଅନେକ ଦାମୀ କାରର ମାଲିକ। ଯେଉଁଥିରେ ଟପ୍ ହେଉଛି ପୋର୍ଚେ ୯୧୧, ଯାହାର ମୂଲ୍ୟ ୨.୫୦ କୋଟି ଟଙ୍କା । ଏହା ସହିତ ଧୋନିଙ୍କର ଏକ ଫେରାରି ​​୫୯୯ ଜିଟିଓ ଅଛି ଯାହାର ମୂଲ୍ୟ ୧.୩୯ କୋଟି ଟଙ୍କା । ଏହା ବ୍ୟତୀତ, ୨୦୧୦ ରେ ସେ ପଣ୍ଟିଆକ୍ ଫାୟାରବର୍ଡ ଟ୍ରାନ୍ସ ଏମ୍ କାର କିଣିଥିଲେ ଯାହାର ମୂଲ୍ୟ ୬୮ ଲକ୍ଷ ଟଙ୍କା । ଏହା ସହିତ, ସେ ହାମର H2 ର ମଧ୍ୟ ମାଲିକ ଅଟନ୍ତି ଯାହାର ମୂଲ୍ୟ ୭୨ ଲକ୍ଷ ଟଙ୍କା । ଏହି କାରଗୁଡିକ ବ୍ୟତୀତ, ଧୋନିଙ୍କ ଗ୍ୟାରେଜରେ ନିସନ ଜୋଙ୍ଗା, ଜିପ ଗ୍ରାଣ୍ଡ ଚେରୋକି ଟ୍ରାକହକ୍, ଲ୍ୟାଣ୍ଡ ରୋଭର ଫ୍ରିଲାଣ୍ଡର୍ ୨, ଅଡି Q7 ଭଳି ଅନେକ ନାମୀ ଦାମୀ କାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.