Below header

କୋଭିଡ୍ ସ୍ଥିତି ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ: କହିଲେ ଆସନ୍ତା କିଛି ଦିନ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହୁଛି । ସଂକ୍ରମଣ ବଢୁଥିଲେ ବି ରାଜ୍ୟରେ ଆକ୍ଟିଭ୍‌ କେସର ୨ ପ୍ରତିଶତ ଆକ୍ରାନ୍ତଙ୍କୁ ହସ୍ପିଟାଲାଇଜେସନ୍‌ ଦରକାର ପଡୁଛି । ଅର୍ଥାତ ଏବେ ଶହେ ଜଣ ଆକ୍ରାନ୍ତଙ୍କ ଭିତରୁ ୨ ଜଣ ହସ୍ପିଟାଲ ଯାଉଛନ୍ତି । ପୂର୍ବ େଓ୍ଵଭରେ ୧୦-୧୨% ଥିଲା ହସ୍ପିଟାଲାଇଜେସନ୍‌ । ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇୟିସୁ କମ୍‌ ଦରକାର ପଡୁଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ଏବେ ରାଜ୍ୟରେ ୧୦ ପ୍ରତିଶତ ହସ୍ପିଟାଲ ବେଡରେ ଅଛନ୍ତି ଆକ୍ରାନ୍ତ । ୯୦ ପ୍ରତିଶତ ହସ୍ପିଟାଲ ବେଡ୍‌ ଖାଲି ଅଛି । ଲୋକଙ୍କ ଜୀବିକାକୁ ପ୍ରାଧାନ୍ୟ ଦେଇ କୋଭିଡ୍‌ ମୁକାବିଲାକୁ ପ୍ରାଧାନ୍ୟ ଦେଇଛନ୍ତି ସରକାର । ରାଜ୍ୟରେ ଏଯାଏ ସଟଡାଉନ୍‌ କିମ୍ବା ଲକଡାଉନ୍‌ କରାଯାଇନି । ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭୟଭୀତ ନହୋଇ ଆସନ୍ତା କିଛି ସପ୍ତାହ କୋଭିଡ୍‌ ଗାଇଡଲାଇନ୍‌ ମାନିବାକୁ ଲୋକଙ୍କୁ ଅପିଲ୍‌ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.