ଶ୍ରୀଦେବୀଙ୍କ ପିଠିରେ କିଏ ଲେଖିଲା ବୋନିଙ୍କ ନାମ, ଫଟୋ ଏବେ ହେଉଛି ଭାଇରାଲ୍

ବୋନି କପୁର ମଙ୍ଗଳବାର ଶ୍ରୀଦେବୀଙ୍କ ଏକ ଫଟୋ ପୋଷ୍ଟ କରି ତାଙ୍କ ଫ୍ୟାନ୍ସଙ୍କୁ ଇମୋସନାଲ କରିଦେଇଛନ୍ତି। ବୋନି ଶ୍ରୀଦେବୀଙ୍କର ୨୦୧୨ ମସିହାର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଶ୍ରୀଦେବୀଙ୍କ ପିଠିରେ ବୋନିଙ୍କର ନାମ ଲେଖା ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟସ ଦଉଛନ୍ତି। କିଏ ରୂପ କି ରାନୀ ତ ଆଉ କିଏ ଚାନ୍ଦନୀ ଲେଖିଛନ୍ତି। ସେହିପରି ଶ୍ରୀଦେବୀଙ୍କ ପିଠିରେ ସିନ୍ଦୁରରେ ବୋନି କପୁରଙ୍କ ନାମ କିଏ ଲେଖିଲା ବୋଲି ପଚାରୁଛନ୍ତି ଲୋକେ। ସେହିପରି ଆଉ କିଛି ଲୋକ ଶ୍ରୀଦେବୀ ନାହାଁନ୍ତି ବୋଲି ବିଶ୍ୱାସ କରିପାରୁନାହାଁନ୍ତି ବୋଲି କହିଛନ୍ତି।
ଏହି ଫଟୋ ଲକ୍ଷ୍ନୌର ଅଟେ। ବୋନି କପୁର ନିଜର ଦିବଙ୍ଗତ ସ୍ତ୍ରୀ ଶ୍ରୀଦେବୀଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋ ୨୦୧୨ ଲକ୍ଷ୍ନୌର ସାହାରା ସହରରେ ହେଉଥିବା ଦୁର୍ଗାପୂଜା ସମୟର। ଫଟୋଟି ସିନ୍ଦୁରଖେଳା ସମୟର। ଏଥିରେ ଶ୍ରୀଦେବୀ ସ୍ମାଇଲ କରୁଥିବା ନଜର ଆସୁଛନ୍ତି। ତାଙ୍କ ଗାଲ ଏବଂ ସିନ୍ଥିରେ ସିନ୍ଦୁର ଲାଗିଥିବାବେଳେ ପିଠିରେ ସିନ୍ଦୁରରେ ବୋନି କପୁରଙ୍କ ନାମ ଲେଖା ହୋଇଛି।
View this post on Instagram
ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଫଟୋ ଦେଖି ଜଣେ ୟୁଜର କମେଣ୍ଟ ଦେଇଛନ୍ତି ସାର୍ ସେଠି ଆପଣଙ୍କ ନାଁ କିଏ ଲେଖିଲା। ଆଉ ଜଣେ ଲେଖିଛନ୍ତି ବିଶ୍ୱାସ କରିହେଉନି ଯେ ସେ ଏବେ ଏ ଦୁନିଆରେ ନାହାଁନ୍ତି।