Below header

କେନ୍ଦ୍ରାପଡା ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା: ନିଜ ସହ ଦୁଇ ଶିଶୁ ପୁତ୍ରଙ୍କୁ କିରୋସିନ ଢାଳି ନିଆଁ ଲଗାଇଦେଲେ ମହିଳା

କେନ୍ଦ୍ରାପଡା: ଘରୋଇ କଳି ନେଲା ଉଗ୍ର ରୂପ । କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନିଜ ସହ ଦୁଇ ଶିଶୁ ପୁତ୍ରଙ୍କୁ କିରୋସିନ ଢାଳି ନିଆଁ ଲଗାଇ ଦେଇଛନ୍ତି । ଭୋପାଳ ଗାଁର ସଚିତ୍ର ସ୍ୱାଇଁଙ୍କ ପତ୍ନୀ ଲୋଭାବତୀ ସ୍ୱାଇଁ ୮ ବର୍ଷର ପୁଅ ଅଶ୍ୱିନୀ ଓ ୩ ବର୍ଷର ପୁଅ ଆୟୁଷଙ୍କୁ ନିଆଁ ଲଗାଇ ଦେଇଛନ୍ତି । ଘର ଭିତରୁ କବାଟ ବନ୍ଦ କରି ମହିଳା ଜଣଙ୍କ ଏହି କାଣ୍ଡ ଘଟାଇଛନ୍ତି ।

ବଡ ପୁଅର ଚିତ୍କାର ଶୁଣି ଘର ଲୋକ ଓ ପଡୋଶୀ ମିଶି କବାଟ ଭାଙ୍ଗି ଗୁରୁତର ତିନି ଜଣଙ୍କୁ ଉଦ୍ଧାର କରିଥିଲେ । ଏମାନଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଲୋଭାବତୀ ଓ ସାନ ପୁଅ ଆୟୁଷର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଛି । ବଡ ପୁଅ ଅଶ୍ୱିନୀଙ୍କର ରାଜନଗର ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.