ଶ୍ରମିକ ସ୍ପେଶାଲ ଟ୍ରେନ୍କୁ ‌ନେଇ ମୁହାଁମୁହିଁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାର, ଟ୍ରେନ ଚଳାଚଳ ନେଇ ଅନୁମତି ଦେଉନାହାନ୍ତି ଏହି ସବୁ ରାଜ୍ୟ

ଶ୍ରମିକ ସ୍ପେଶାଲ ଟ୍ରେନ୍କୁ ‌ମୁହାଁମୁହିଁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାର । ବିଭିନ୍ନ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କୁ ନେଇ ସ୍ପେଶାଲ ଟ୍ରେନ୍‌ ଯାଉଛି । ହେଲେ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ ଏବଂ ରାଜସ୍ଥାନ ସରକାର ନିଜ ରାଜ୍ୟକୁ ଟ୍ରେନ୍‌ ଚଲାଇବା ପାଇଁ ଅନୁମତି ଦେଉନାହାଁନ୍ତି । ଫଳରେ ଏହି ସବୁ ରାଜ୍ୟକୁ ଶ୍ରମିକମାନେ ଯାଇପାରୁନଥିବା ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଅଭିଯୋଗ କରିଛନ୍ତି । ତେଣୁ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିନପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କହିରଖିବା ଉଚିତ ହେବକି, ଗତ କାଲି ନୁଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରେ ଆସି ପହଂଚିଥିଲା । ପ୍ରବାସୀ ଓଡ଼ିଆଙ୍କୁ ନେଇ ୧୮ଟି ବଗି ବିଶିଷ୍ଟ ଏହି ଟ୍ରେନ ରାଜଧାନୀ ଭୁବନେଶ୍ବରରେ ଆସି ପହଁଚିଥିଲା। ପ୍ଲଟଫର୍ମ ନମ୍ବର ୧ରେ ଓହ୍ଲାଇଥିଲେ ୫୬୬ ଜଣ ଯାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.