Harley Davidson ଆପଣଙ୍କ ଘରେ ପହଞ୍ଚାଇବା ନୂଆ ବାଇକ୍‌, ଆରମ୍ଭ କଲା ହୋମ ଡେଲିଭରୀ

ଦେଶବ୍ୟାପୀ ଲକଡାଉନ ଯୋଗୁଁ ସବୁ ଗାଡି ଶୋ ରୁମ ବନ୍ଦ ରହିଛି। ଏଥିପାଇଁ ଗ୍ରାହକ ତାଙ୍କ ମନ ମୁତାବକ ଗାଡି କିଣିପାରୁ ନାହାନ୍ତି। କିନ୍ତୁ ହେଭି ମୋଟରସାଇକେଲ୍ ନିର୍ମାଣ କରୁଥିବା ଆମେରିକାନ୍ କମ୍ପାନୀ ହାର୍ଲେ ଡେଭିଡସନ୍ ଭାରତରେ ହୋମ୍ ଡେଲିଭରୀ ସର୍ଭିସ୍ ଲଞ୍ଚ କରିଛି । ସର୍ଭିସ୍ ଅନୁସାରେ ହାର୍ଲେ ଡେଭିଡସନ୍ ଡିଲରସିପ୍ ୪୦ କିମି ଦୂରରେ ଥିବା ଗ୍ରାହକଙ୍କୁ ଫ୍ରିରେ ବାଇକ୍ ଡେଲିଭୀର କରିବ । କିନ୍ତୁ ପରେ ପ୍ରତି କିଲୋମିଟର ଅନୁସାରେ ଚାର୍ଜ ଦେବାକୁ ପଡିବ । କମ୍ପାନୀ ଦେଶବ୍ୟାପୀ ଲକଡାଉନ ଯୋଗୁଁ ଗ୍ରାହକଙ୍କ ପାଇଁ ସର୍ଭିସ୍ ୱାରେଣ୍ଟି ମଧ୍ୟ ବଢାଇଛି ।

bike

କମ୍ପାନୀ ପକ୍ଷରୁ କୁହାଯାଇଛି କି, ଇଚ୍ଛୁକ ଗ୍ରାହକ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ମୋଟର ସାଇକେଲ ମଡେଲ୍ସ ଦେଖି ପାରିବେ । ଏହା ପରେ ଡିଲର ଲୋକେଟର ଜରିଆରେ ନିକଟସ୍ଥ ଡିଲରଙ୍କ ସହିତ ସମ୍ପର୍କ କରି କିଣିପାରିବେ ଏବଂ ପେମେଣ୍ଟ ସମ୍ପର୍କରେ ଆଲୋଚନା କରିପାରିବେ । କମ୍ପାନୀ ୩୦ ଦିନର ଅତିରିକ୍ତ ୱାରେଣ୍ଟି ମଧ୍ୟ ଦେଉଛି। କମ୍ପାନୀ ଏପ୍ରିଲ ଓ ମଇରେ ମଧ୍ୟ ଅନେକ ସ୍କିମ ଲଞ୍ଚ କରିଛି ।

kk

କମ୍ପାନୀ କହିଛି କି ହାର୍ଲେ ଡେଭିଡସନ୍ ଗ୍ରାହକ ଯେଉଁମାନଙ୍କ ମୋଟରସାଇକେଲ୍ ୱାରେଣ୍ଟି ଲକଡାଉନ୍ ପିରିୟଡ ମଧ୍ୟରେ ସମାପ୍ତ ହେଉଛି ସେମାନଙ୍କୁ ୩୦ ଦିନର ୱାରେଣ୍ଟି ଏକ୍ସଟେନ୍ସନର ଫାଇଦା ଦିଆଯିବ । କମ୍ପାନୀ କହିଛି କି HDFS(ହାର୍ଲେ ଡେଭିଡସନ୍ ଫାଇନାନ୍ସିଆଲ ସର୍ଭିସ୍) ପ୍ଲାନ୍ଡ ମେଣ୍ଟେନାନ୍ସ ପ୍ରୋଗ୍ରାମରେ ଆସୁଥିବା ଗ୍ରାହକଙ୍କୁ ୬୦ ଦିନର ଏକ୍ସଟେନ୍ସନ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.