Below header

ଆସନ୍ତା ମେ ୨୮ ତାରିଖରେ ଭିଡିଓ କନଫରେନସିଂ ଜରିଆରେ ବସିବ ଆଇସିସି ବୈଠକ, T 20 ବିଶ୍ୱକପକୁ ନେଇ ନିଆଯିବ ନିଷ୍ପତ୍ତି

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ବା ଆଇସିସି କମିଟି ଆସନ୍ତା ମେ ୨୮ ତାରିଖରେ ଭିଡିଓ ଜରିଆରେ ଏକ ମିଟିଂ ଆୟୋଜନ କରିବାକୁ ଯାଉଛି । ଅନୁଷ୍ଠିତ ହେବାକୁ ଥିବା ଏହି ମିଟିଙ୍ଗରେ ଅନ୍ୟାନ ଆଲୋଚନା ସହ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା T 20 ବିଶ୍ୱକପକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଏହା ସହ ସମସ୍ତ ଟୁର୍ଣ୍ଣାମେଣ୍ଟକୁ ୨୦୨୨ ମସିହା ଯାଏଁ ଘୁଞ୍ଚାଇବା ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ । ଆଉ ମଧ୍ୟ ସୂଚନାରୁ ଜଣାଯାଇଛିଯେ, ଯଦି ଟୁର୍ଣ୍ଣାମେଣ୍ଟ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହୁଏ ତେବେ ଖେଳାଳି ମାନଙ୍କୁ କ୍ଵାରିଣ୍ଟିଂନରେ ରଖାଯିବା ସହ ଆବଶ୍ୟକୀୟ ପଦକ୍ଷେପ ମାନ ମଧ୍ୟ ନିଆଯିବ ।

କହିରଖିବା ଉଚିତ ହେବକି କରୋନା ଭାଇରସ କାରଣରୁ ବିଶ୍ୱ ବ୍ୟାପି ଅଧିକାଂଶ ରାଷ୍ଟ୍ରରେ ଲକ ଡାଉନ ପରିସ୍ଥିତି ଜାରି କରାଯାଇଛି । ଏହି କାରଣରୁ ପୂର୍ବରୁ କ୍ରିକେଟ ସମେତ ଅଧିକାଂଶ ମ୍ୟାଚ ବାତିଲ କରାଯାଇଥିଲା । ଏମିତିକି ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକସକୁ ବି ଏକ ବର୍ଷ ପାଇଁ ଟାଳି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.