Below header

ପ୍ରକୃତିର ଅଦ୍ଭୁତ ବରଦାନ: ଆଶ୍ଚର୍ଯ୍ଯଜନକ ଭାବେ ବଢିଚାଲିଛି କଦଳୀ କାନ୍ଦି, ଭାଇରାଲ ହେଉଛି ଭିଡିଓ

କେବେ କେବେ ଗଛରେ ବି ଖୁବ୍ ଅଦ୍ଭୁତ ଏବଂ ବିଚିତ୍ର ଜିନିଷ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ଯ କରିଦେଇଥାଏ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ଗୋଟିଏ କଦଳୀ ଗଛରେ ଏଭଳି କିଛି ଦେଖିବାକୁ ମିଳିଛି, ଯାହାକୁ ପ୍ରକୃତିର ବରଦାନ କହିବା ଭୁଲ୍ ହେବ ନାହିଁ। ବାସ୍ତବରେ କଦଳୀ ଗଛର କାନ୍ଦି ୧ କିମ୍ବା ୨ ଫୁଟ୍ ଉଚ୍ଚତା ପାଖାପାଖି ହୋଇଥାଏ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ କଦଳୀ କାନ୍ଦିର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏତେମାତ୍ରାରେ କଦଳୀ ରହିଛି ଯାହାକୁ ଗାଁର ପ୍ରତ୍ଯେକ ବ୍ଯକ୍ତି ଖାଇ ପାରିବେ।

banana_producingଏହି କଦଳୀ ଗଛର କାନ୍ଦି ଏତେ ଜଲଦି ବଢିଚାଲିଛି ଯାହା ମାଟିକୁ ମଧ୍ଯ ଛୁଇଁ ସାରିଛି। ଏଥିସହ ଫଳର ସଂଖ୍ଯା ମଧ୍ଯ ବଢିବାରେ ଲାଗିଛି। ଗଛର ମାଲିକ ମଧ୍ଯ ଏଥିପାଇଁ ମାଟିରେ ୨ ରୁ ୩ ଫୁଟ୍ ଗାତ ଖୋଳି ସାରିଛନ୍ତି। ଏହି ଦ୍୍ଶ୍ଯକୁ ଦେଖିବା ପାଇଁ ମଧ୍ଯ ଲୋକଙ୍କ ଭିଡ ଜମିଛି। କିନ୍ତୁ ଏହି ଗଛ କେଉଁଠାରେ ରହିଛି ଏପର୍ଯନ୍ତ ତାର କୌଣସି ସଠିକ ସୂଚନା ମିଳିପାରିନାହିଁ।

ସୂଚନା ମୁତାବକ ଏହି ଭିଡିଓ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେୟାର କରିବା ସହ ଲେଖିଛନ୍ତି, ‘ଭାରତରେ ସବୁଠାରୁ ଅଦିକ କଦଳୀ ଉତ୍ପାଦନ କରାଯାଇଥାଏ ଏବଂ ଏହାକୁ ଦେଖି ଲାଗୁଛି କି କେବଳ ଗୋଟିଏ କାନ୍ଦିରେ ହିଁ ସବୁଠାରୁ ଅଧିକ କଦଳୀ ରହିଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ଯନ୍ତ ୨୦ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୧୫୦୦ରୁ ଅଧିକ ଲୋକ ଲାଇକ ଏବଂ ୩୫୦ରୁ ଅଧିକ ଲୋକ ଏହି ଭିଡିଓକୁ ରିଟ୍ବିଟ୍ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.