Below header

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି, ସାକାର ହେବାକୁ ଯାଉଛି ଦୀର୍ଘ ଦିନର ସ୍ଵପ୍ନ ‘ହାଡୁଆ ସେତୁ’

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଲୋକମାନଙ୍କ ଦୀର୍ଘ ଦିନର ସ୍ଵପ୍ନ ସାକାର ହେବାକୁ ଯାଉଛି । ଖୁବ ଦ୍ରୁତ ଗତିରେ ଆଗେଇ ଚାଲିଛି ସ୍ଵପ୍ନର ହାଡୁଆ ସେତୁ । ଗୋଟେ କିଲୋ ୱାଟ୍ ବିଦ୍ୟୁତ୍ ସାଙ୍ଗକୁ ୯ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ମାଡିବ ଜଳ । ଆଉ ଉପକୃତ ହେବେ ୪ ଗୋଟି ବ୍ଲକର ହଜାର ହଜାର ଚାଷୀ ।

ନରସିଂହପୁର(କେନ୍ୟୁଜ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଲୋକମାନଙ୍କ ଦୀର୍ଘ ଦିନର ସ୍ଵପ୍ନ ସାକାର ହେବାକୁ ଯାଉଛି । ଖୁବ ଦ୍ରୁତ ଗତିରେ ଆଗେଇ ଚାଲିଛି ସ୍ଵପ୍ନର ହାଡୁଆ ସେତୁ । ଗୋଟେ କିଲୋ ୱାଟ୍ ବିଦ୍ୟୁତ୍ ସାଙ୍ଗକୁ ୯ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ମାଡିବ ଜଳ । ଆଉ ଉପକୃତ ହେବେ ୪ ଗୋଟି ବ୍ଲକର ହଜାର ହଜାର ଚାଷୀ ।

କଟକ ଜିଲ୍ଲା ବଡମ୍ବା ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି ଏହି ହାଡୁଆ ଡ୍ୟାମ୍ । ବହୁ ଦିନଧରୀ ସ୍ଥାନୀୟ ଲୋକମାନେ ଏହି ଡ୍ୟାମର ପରିକଳ୍ପନାକୁ ନେଇ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦେବିପ୍ରସାଦ ମିଶ୍ରଙ୍କୁ ଜଣାଇବା ପରେ ବିଧାୟକ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ତାହା ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି । ୨୦୨୫ ମସିହା ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ବିଧାୟକ ।

ଯାହା ଫଳରେ କଟକ ଜିଲ୍ଲାର ବଡମ୍ବା ,ନରସିଂହପୁର,ତିଗିରିଆ ,ବିନ୍ଧାଣିମା ଓ ଆଠଗଡ ବ୍ଲକର ବହୁ ଚାଷ ଜମିରେ ମାଡିବ ପାଣି । ଯାହା ଫଳର ଚାଷୀ ମାନେ ବର୍ଷ ସାରା ବିଭିନ୍ନ ଫସଲ କରି ଦୁଇପାଇସା ରୋଜଗାର କରିବାରେ ସକ୍ଷମ ହେବେ ।

ପ୍ରଥମ କରି ରାଜ୍ୟ ସରକାର ୨୨୫ କୋଟି ଓ ଏବେ ତାହାକୁ ଭୂତଳ ସାହାଯ୍ୟରେ ପ୍ରେରିତ କରିବା ପାଇଁ ପୁଣି ମୁଖ୍ୟମନ୍ତ୍ରୀ ୬୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ତେଣୁ ଲୋକମାନେ ଖୁଶି ହେବା ସହ ରାଜ୍ୟ ସରକାର ତଥା ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏପଟେ ଏପରି ଏକ ବଡ ପ୍ରଜେକ୍ଟ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବିଧାୟକ । ଦୀର୍ଘ ଦିନର ଆଶା ପୂରଣ ହେବା ସହ ଏବେ ଖୁସିରେ ଚାଷୀ । ଖାଲି ଦେଖିବାକୁ ବାକି ରଖିଲା କେବେ ଚାଲୁହେବ ହାଡୁଆ ଓ ଉପଯୁକ୍ତ ପରିମାଣର ଜଳ ପାଇ ପାରିବ ସାରା ଅଞ୍ଚଳର ଚାଷ ଜମି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.