ୟୁଜର୍ସଙ୍କ କାମ ସହଜ କରିବ ୟୁଟ୍ୟୁବର ନୂଆ ଫିଚର, ଜାଣନ୍ତୁ କେମିତି କରିବେ ୟୁଜ୍
ଏସବୁକୁ ନଜରରେ ରଖି ୟୁଟ୍ୟୁବ୍ ନିଜ ୟୁଜରମାନଙ୍କ ପାଇଁ ଏକ ଫିଚର ଆଣିଛି । ଏହି ନୂଆ ଫିଚର ଦ୍ୱାରା ଆପଣ ଅଧିକ ମଜାରେ ଭିଡିଓ ଦେଖିପାରିବେ । ଏହି ନୂଆ ଫିଚର ହେଉଛି ‘ଜମ୍ପ୍ ଏ ହେଡ୍’ ।
ୟୁଟ୍ୟୁବରେ ଲୋକମାନଙ୍କୁ ଭିଡିଓ ଦେଖିବା ବହୁତ ପସନ୍ଦ । କିନ୍ତୁ ଲୋକମାନଙ୍କ ପାଖରେ ଭିଡିଓକୁ ପୂରା ଦେଖିବା ପାଇଁ ସମୟ ନଥାଏ । ତେଣୁ ଲୋକମାନେ ଭିଡିଓ ଉପରେ ଦୁଇ ଥର ଟ୍ୟାପ କରି ଏହାକୁ ୧୦ ସେକେଣ୍ଡ ଆଗକୁ ବଢ଼ାଇଥାନ୍ତି । ଏସବୁକୁ ନଜରରେ ରଖି ୟୁଟ୍ୟୁବ୍ ନିଜ ୟୁଜରମାନଙ୍କ ପାଇଁ ଏକ ଫିଚର ଆଣିଛି । ଏହି ନୂଆ ଫିଚର ଦ୍ୱାରା ଆପଣ ଅଧିକ ମଜାରେ ଭିଡିଓ ଦେଖିପାରିବେ । ଏହି ନୂଆ ଫିଚର ହେଉଛି ‘ଜମ୍ପ୍ ଏ ହେଡ୍’ । ଏହି ଫିଚର ସେହି ୟୁଜରମାନଙ୍କ ପାଇଁ ଅଣାଯାଇଛି, ଯେଉଁମାନେ ଭିଡିଓକୁ ପୂରା ଦେଖିବାକୁ ଚାହୁଁନଥିବେ । ଏହି ଫିଚର ବର୍ତ୍ତମାନ ଟେଷ୍ଟିଂରେ ରହିଛି ଏବଂ ଏହା ଆପଣଙ୍କୁ ସିଧା ଭିଡିଓର ମାଜାଦାର ଅଂଶକୁ ନେଇଯିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଏହି ଟୁଲ୍ ସେହି ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ ଯେଉଁମାନଙ୍କ ପାଖରେ କମ୍ ସମୟ ଥାଏ ।
ଭିଡିଓକୁ ୧୦ ସେକେଣ୍ଡ ଆଗକୁ ବଢ଼ାଇବା ପାଇଁ ଆପଣ ନିଜ ଫୋନରେ ଦୁଇଥର ଟ୍ୟାପ୍ କରନ୍ତି । କିନ୍ତୁ ନୂଆ ୟୁଟ୍ୟୁବ୍ ‘ଜମ୍ପ୍ ଏ ହେଡ୍’ ଫିଚର ଏହି ସମସ୍ୟାକୁ ଆହୁରି ଡେଭଲପ୍ କରିଛି । କ୍ରିଏଟର୍ ଇନସାଇଡର୍ ଚ୍ୟାନେଲରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଏହି ଫିଚରକୁ ନେଇ ଡିଟେଲ୍ସରେ କୁହାଯାଇଛି ।
ଯେତେବେଳେ ଆପଣ ଗୋଟିଏ ଭିଡିଓ ଉପରେ ଦୁଇଥର ଟ୍ୟାପ୍ କରନ୍ତି ସେତେବେଳେ ‘ଜମ୍ପ ଏ ହେଡ୍’ ବଟନ୍ ଦେଖାଯିବ । ପ୍ରତ୍ୟେକ ଥର ୧୦ ସେକେଣ୍ଡ ଆଗକୁ ବଢ଼ିବା ପରିବର୍ତ୍ତେ ଏହି ବଟନ୍ ସାହାଯ୍ୟରେ ଆପଣ ସିଧାସଳଖ ଭିଡିଓର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ପାଖରେ ପହଞ୍ଚିପାରିବେ । ଏହା କେବଳ ଆପଣଙ୍କ ସମୟ ବଞ୍ଚାଇବ ତାହା ନୁହେଁ ବରଂ ଆପଣ ଭିଡିଓର ବେଷ୍ଟ୍ ସିନ୍ ମଧ୍ୟ ଦେଖାଇବ । ଏହି ଫିଚର କେବଳ ୟୁଜରମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି ତାହା ନୁହେଁ ଏହି ଫିଚରର ଲାଭ କ୍ରିଏଟରମାନେ ମଧ୍ୟ ଉଠାଇପାରିବେ । ସୂଚନା ଥାଉ କି “ଜମ୍ପ୍ ଏ ହେଡ୍” ଫିଚରକୁ ବର୍ତ୍ତମାନ ଟେଷ୍ଟ କରାଯାଉଛି ଏବଂ ବର୍ତ୍ତମାନ କେବଳ ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରାଇବର୍ସଙ୍କୁ ହିଁ ଏହି ଫିଚର ବ୍ୟବହାର କରିବାକୁ ଦିଆଯାଇଛି ।