ପାଣ୍ଡ୍ୟା ଫେଲ୍‌ : ମୁମ୍ବାଇ ଇଣ୍ଡିଆନ୍ସର ତୃତୀୟ ପରାଜୟ, ୬ ଓ୍ଵିକେଟରେ ଜିତିଲା ରାଜସ୍ଥାନ

ରାଜସ୍ଥାନ ରୟାଲ୍ସ ଠାରୁ ମୁମ୍ବାଇ ୬ ୱିକେଟରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମରେ ଘରୋଇ ଦଳ ୯ ୱିକେଟରେ ମାତ୍ର ୧୨୫ ରନ୍ କରି ପାରିଥିଲା ।

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ତୃତୀୟ ପରାଜୟ । ୬ ୱିକେଟ୍ ରେ ଜିତିଲା ରାଜସ୍ଥାନ। ଗତକାଲି ରାଜସ୍ଥାନ ରୟାଲ୍ସ ଠାରୁ ମୁମ୍ବାଇ ୬ ୱିକେଟରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମରେ ଘରୋଇ ଦଳ ୯ ୱିକେଟରେ ମାତ୍ର ୧୨୫ ରନ୍ କରି ପାରିଥିଲା । ପରେ ରାଜସ୍ଥାନ ରିୟାନ ପରାଗଙ୍କ ଧୂଆଁଦାର ଅର୍ଦ୍ଧ ଶତକ ବଳରେ ରାଜସ୍ଥାନ ୧୫.୩ ଓଭରରେ ୪ ୱିକେଟ ହରାଇ ୧୨୭ ରନ୍ କରିଥିଲା ।

ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ମୁମ୍ବାଇ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଓଭରରେ ଦୁଇ ବ୍ୟାଟର ରୋହିତ ରୋହିତ ଓ ନମନ ଖାତା ଖୋଲିପାରି ନଥିଲେ । ବୋଲ୍ଟଙ୍କ ବଲ୍ ଆଗରେ ମୁମ୍ବାଇର ଷ୍ଟାର ବ୍ୟାଟରଙ୍କ ବ୍ୟାଟ୍ କାମ କରିପାରିନଥିଲା । ନମନଙ୍କ ପରେ ପରେ ଦେୱାଲଦ ବ୍ରେଭିସଙ୍କୁ ବି ଆଉଟ୍ କରାଇ ନେଇଥିଲେ ବୋଲ୍ଟ। ବ୍ରେଭିସ ମଧ୍ୟ ଖାତା ଖୋଲି ପାରିନଥିଲେ । ଦଳ ମାତ୍ର ୨୦ ରନ୍ କରିଥିବା ବେଳେ ୪ ୱିକେଟ୍ ହରାଇ ସାରିଥିଲା । ଏହି ତିନି ବ୍ୟାଟରଙ୍କ ପରେ ଓପନର ଇଶାନ କିଶାନ ମଧ୍ୟ ୧୬(୧୪) ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ଭାଗିଦାରୀରେ ଦଳ ୫୬ ରନ୍ ସଂଗ୍ରହ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୯ ୱିକେଟ୍ ହରାଇ ମାତ୍ର ୧୨୫ ରନ୍ କରିଥିଲା । ୧୨୬ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନ ରୟାଲ୍ସ ଅତି ସହଜରେ ବିଜୟୀ ହୋଇଛି । ଦଳ ଆଉ ୨୭ ବଲ୍ ବାକି ଥାଇ ଟାର୍ଗେଟ ପୂରଣ କରିନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.