ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଅଘଟଣ, ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତୃଟି ପାଇଁ ଚିଲିକା ମଝିରେ ଫସିଲା ଯାତ୍ରୀ ବାହି ଘାଟ ଡ଼ଙ୍ଗା । ଡଙ୍ଗାରେ ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ଅଛନ୍ତି । ଏହାସହ ୧୩ଟି ବାଇକ ରହିଛି। ଆଜି ସକାଳେ ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିବାବେଳେ ଚିଲିକା ମଝିରେ ଅଟକି ରହିଛି ।

ବ୍ରହ୍ମଗିରି (କେନ୍ୟୁଜ): ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା ।  ଯାନ୍ତ୍ରିକ ତୃଟି ପାଇଁ ଚିଲିକା ମଝିରେ ଫସିଲା ଯାତ୍ରୀ ବାହି ଘାଟ ଡ଼ଙ୍ଗା । ଡଙ୍ଗାରେ ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ଅଛନ୍ତି । ଏହାସହ ୧୩ଟି ବାଇକ ରହିଛି। ଆଜି ସକାଳେ ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିବାବେଳେ ଚିଲିକା ମଝିରେ ଅଟକି ରହିଛି ।  ସାତପଡ଼ାରୁ ଚିଲିକା ଦେଇ ଦୀର୍ଘ ପାଞ୍ଚ କିଲୋମିଟର ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ଆସୁଥିଲା ଡ଼ଙ୍ଗା। ଉଦ୍ଧାର ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ୟମ ଜାରି ରଖିଛନ୍ତି ।

ସୂଚନା ଯୋଗ୍ୟ ଫେବୃଆରି ୨୫ ତାରିଖରେ ମଧ୍ୟ ସମାନ ଘଟଣା ଘଟିଥିଲା । ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଥିଲା ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୮ରୁ ଅଧିକ ବାଇକ ରହିଥିଲା । ସକାଳ ୯:୪୦ ରେ ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ ଚିଲିକାରେ ଯାତ୍ରା ଆରମ୍ଭ କରିଥିଲା ଏହି ଡଙ୍ଗା । ତେବେ କିଛି ବାଟ ଯିବା ପରେ ଡଙ୍ଗାର ମେସିନ ଖରାପ ହୋଇଯାଇଥିବା ଯୋଗୁଁ ଏହା ମଝି ଚିଲିକାରେ ଅଟକି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.