ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ସ୍କର୍ପିଓ: ୨ ମୃତ, ୪ ଗୁରୁତର

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସ୍କର୍ପିଓ ପିଟିବା ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ସ୍କର୍ପିଓ ଡ୍ରାଇଭର ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି ।

ଭଦ୍ରକ (କେନ୍ୟୁଜ): ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ରସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସ୍କର୍ପିଓ ପିଟିବା ଘଟଣା ସାମ୍ନାକୁ ଆସିଛି ।  ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ସ୍କର୍ପିଓ ଡ୍ରାଇଭର ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସ୍କର୍ପିଓ ଯୋଗେ ପରିବାରର ୫ ସଦସ୍ୟ କୋଲକାତାରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ସ୍କର୍ପିଓ ଗାଡିଟି ଜାତୀୟ ରାଜପଥ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଦ୍ରୁତ ଗତିରେ ଯାଇ ଧକ୍କା ଦେଇଥିଲା ।  ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ସମେତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।  ଖବର ପାଇ ସ୍ଥାନୀୟ ଲୋକ ମାନେ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ସେଠାରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ତେବେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ ।  ଦୁର୍ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଅଜଣା ଗାଡ଼ି ଧକ୍କାରେ ୨ ମୃତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଚୂଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ବେଳେ ଦୁର୍ଘଟଣା ଘଟିଥିଲା । ସୁନାଖଳାରୁ ନୟାଗଡ଼ ଅଭିମୁଖେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା ଏକ ଅଜଣା ଗାଡ଼ି । ଦୁର୍ଘଟଣାରେ ବାଇକ ଚଳାଉଥିବା ଜଣେ ବ୍ୟକ୍ତିଙ୍କ ସହ ପଛରେ ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ନୟାଗଡ ବାଉଁଶିଆପଡା ବନମାଳିପୁରର ହୋଇଥିବା ଜଣାପଡିଛି। ବୋଲଗଡ଼ ପୋଲିସ ମୃତଦେହ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.