ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ୨ ମୃତ

ଅଜଣା ଗାଡ଼ି ଧକ୍କାରେ ୨ ମୃତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଚୂଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ସୁନାଖଳାରୁ ନୟାଗଡ଼ ଅଭିମୁଖେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା ଏକ ଅଜଣା ଗାଡ଼ି । ଦୁର୍ଘଟଣାରେ ବାଇକ ଚଳାଉଥିବା ଜଣେ ବ୍ୟକ୍ତିଙ୍କ ସହ ପଛରେ ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଛି ।

ଖୋର୍ଦ୍ଧା (କେନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ୨ ମୃତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଚୂଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ବେଳେ ଦୁର୍ଘଟଣା ଘଟିଥିଲା । ସୁନାଖଳାରୁ ନୟାଗଡ଼ ଅଭିମୁଖେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା ଏକ ଅଜଣା ଗାଡ଼ି ।

ଦୁର୍ଘଟଣାରେ ବାଇକ ଚଳାଉଥିବା ଜଣେ ବ୍ୟକ୍ତିଙ୍କ ସହ ପଛରେ ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ନୟାଗଡ ବାଉଁଶିଆପଡା ବନମାଳିପୁରର ହୋଇଥିବା ଜଣାପଡିଛି। ବୋଲଗଡ଼ ପୋଲିସ ମୃତଦେହ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇଛି । ତେବେ ଫେରାର ହୋଇଯାଇଥିବା ଅଜଣା ଗାଡ଼ି ସମ୍ପର୍କରେ ଅଧିକ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.