ଆଜି ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି: ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାକଟପୁର ମା’ମଙ୍ଗଳା

ଚଳଚଞ୍ଚଳ କାକଟପୁର ମା’ ମଙ୍ଗଳାଙ୍କ ପୀଠ । ଆଜି ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରରେ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁ। ଆଜି ରାତି ଦୁଇଟାରେ ମାଙ୍କ ଦ୍ରାରଫିଟା ଗଲା ପରେ ସ୍ନାନ,ମାର୍ଜନା,ଚନ୍ଦନ ଲାଗି କରାଯାଇଥିଲା । ଏହାପରେ ମାଙ୍କୁ ମହାଲକ୍ଷ୍ମୀ ବେଶରେ ସଜାଇ ଦିଆଯାଇଥିଲା ।

କାକଟପୁର(କେନ୍ୟୁଜ୍‌): ଚଳଚଞ୍ଚଳ କାକଟପୁର ମା’ ମଙ୍ଗଳାଙ୍କ ପୀଠ । ଆଜି ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରରେ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁ। ଆଜି ରାତି ଦୁଇଟାରେ ମାଙ୍କ ଦ୍ରାରଫିଟା ଗଲା ପରେ ସ୍ନାନ,ମାର୍ଜନା,ଚନ୍ଦନ ଲାଗି କରାଯାଇଥିଲା । ଏହାପରେ ମାଙ୍କୁ ମହାଲକ୍ଷ୍ମୀ ବେଶରେ ସଜାଇ ଦିଆଯାଇଥିଲା ।

ରାତି ୩ଟା ୩୦ମିନିଟରେ ସୂର୍ଯ୍ୟପୂଜା ଓ ୪ଟା ସମୟରେ ବଲ୍ଲଭ ଧୂପ କରାଯାଇଥିଲା । ସମସ୍ତ ନୀତି ସମାପନ କରାଯାଇ ସକାଳ ୫ଟା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ମା ମଙ୍ଗଳାଙ୍କୁ ସାହାଣ ମେଲା ଦର୍ଶନ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସକାଳୁ ନୀତିକାନ୍ତି ସରିବା ପରେ ଧାଡିରେ ଯାଇ ମାଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

maa laxmi

ତେବେ ଭକ୍ତମାନଙ୍କର ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ କରାଯାଇ ଲମ୍ବା ଧାଡିରେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଦର୍ଶନପାଇଁ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଏପଟେ ମହିଳା ଶ୍ରଦ୍ଧାଳୁମାନେ ପରିବାରର ମଙ୍ଗଳ ପାଇଁ ମା ମଙ୍ଗଳାଙ୍କ ବ୍ରତ ରଖି ମାଙ୍କୁ ପୂଜାର୍ଚ୍ଚନା କରିଛନ୍ତି ।

ଏପଟେ ପାରମ୍ପରିକ ପ୍ରଥାନୁସାରେ ସଧବା ମହିଳା ମାନେ ଚୈତ୍ର ମଙ୍ଗଳବାର ବ୍ରତ ରଖି ଗାଁ ଦାଣ୍ଡରେ ନିଜ ସ୍ବାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ ବିଧାନ ପାଇଁ ପନ୍ଥେଇ ପୂଜା କରିଥାନ୍ତି । ଗାଁ ଦାଣ୍ଡରେ ପନ୍ଥେଇ ଖୋଳି ସକାଳୁରୁ ସ୍ନାନ କରି ଏହି ପୂଜା କରିଥାଆନ୍ତି । ପନ୍ଥେଇ ଦେହରେ ହଳଦୀ ପାଣି ଢ଼ାଳି ସିନ୍ଦୂର, କଜଳ ପିନ୍ଧାଇ, ଫୁଲ, ଆମ୍ବ କଷି ଦେଇ ପନ୍ଥେଇ ନିକଟରେ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ଲାଗି କରି ପୂଜା କରନ୍ତି । ପନ୍ଥେଇ ପୂଜା ପ୍ରକୃତରେ ମା ମଙ୍ଗଳାଙ୍କ ପୂଜା । ତେବେ ଏହି ଚୈତ୍ର ମାସର ପାଞ୍ଚ ମଙ୍ଗଳବାର ପନ୍ଥେଇ ପୂଜା ଅନୁଷ୍ଠିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.