Below header

ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୁତ୍ତ କଲେ ଟଙ୍କା ଲୁଟ୍

ରାଉରକେଲା (କେନ୍ୟୁଜ୍): ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ରାଉରକେଲା ବେଦବ୍ୟାସର ବାବା ବାଲୁଙ୍କେଶ୍ୱର ମନ୍ଦିର ଓ ଚନ୍ଦ୍ର ଶେଖର ମହାଦେବ ମନ୍ଦିର ପରିସରରେ ଥିବା ୪ଟି ହୁଣ୍ଡିରୁ ଚୋରି ହୋଇଛି। ଚୋରି ଜଣାପଡ଼ିବା ପରେ ବେଦବ୍ୟାସ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ରାହ୍ମଣୀତରଙ୍ଗ ଥାନାରେ ଏତଲା ଦିଆଯାଇଛି। ପୋଲିସ ଘଟଣାର କରୁଛି ।

ଗତ ୫ଦିନ ମଧ୍ୟରେ ମନ୍ଦିର ହୁଣ୍ଡିରୁ ଦୁଇଦୁଇ ଥର ଚୋରି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିର ପରିସରରେ ସିସିଟିଭି, ସୁରକ୍ଷାକର୍ମୀ ମୁତୟନ ସହ ଫାଣ୍ଡି ରହିଥିବା ସତ୍ତ୍ୱେ ଚୋରି ନେଇ ଭକ୍ତଙ୍କ ମନରେ ଆଘାତ ହୋଇଛି। ସେପଟେ ଚୋରି ବେଳେ ଘରୋଇ ସୁରକ୍ଷାକର୍ମୀ ଅନୁପସ୍ଥିତ ଥିବା ଓ ସିସିଟିଭିର ହାର୍ଡ ଡିସ୍କ କାମ କରୁନଥିବା ମନ୍ଦିର ଟ୍ରଷ୍ଟ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.