ଗୁରୁ ନାଁରେ କଳଙ୍କ , ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୋଗ

ବଲାଙ୍ଗୀର (କେନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲା ଛତାମଖନ ବିନୋବା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ପ୍ରଧାନଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ । ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗତ ମଙ୍ଗଳବାର ଶିକ୍ଷକ ଜଣକ ଛାତ୍ରୀଙ୍କୁ ଦୁର୍ବବ୍ୟହାର କରିଥିବା ପିଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ସ୍କୁଲରେ ଏକ ୪ଜଣିଆ ଟିମ୍ ତଦନ୍ତ କରୁଥିବା ପ୍ରଧାନ ଶିକ୍ଷକ କହିଛନ୍ତି । ସେପଟେ ଦୋଷୀ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ପାଇଁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.