Below header

ଟଳିନି ବାତ୍ୟା ବିପଦ, ଭାରତ ପାଇଁ ଏବେ ବି ରହିଛି ବାତ୍ୟା ଭୟ

ଟଳିନି ବାତ୍ୟା ବିପଦ । ଭାରତ ପାଇଁ ଏବେ ବି ବାତ୍ୟା ଭୟ ରହିଛି । ଆମେରିକୀୟ ପାଣିପାଗ ସଂସ୍ଥା ଆକ୍ୟୁ ଓ୍ଵଦର ଏଭଳି ପୂର୍ବାନୁମାନ କରିଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପକୂଳ ପ୍ରତି ଅଧିକ ଭୟ ଥିବା କହିଛି ଏହି ସଂସ୍ଥା । ଏହାସହ ବାଙ୍ଗଲାଦେଶ ପ୍ରତି ମଧ୍ୟ ଭୟ ଥିବା କୁହାଯାଇଛି । ଆସନ୍ତା ସପ୍ତାହରେ ପୂର୍ବ ଭାରତ ଓ ବାଙ୍ଗଲାଦେଶରେ ପ୍ରଭାବ ପକାଇପାରେ ବୋଲି ପୂର୍ବାନୁମାନ କରିଛି । ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ କ୍ଷେତ୍ର ଓଡ଼ିଶା ପ୍ରତି କୌଣସି ବିପଦ ନଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ୧୧ ତାରିଖରେ ଆଣ୍ଡାମାନରେ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହାପରେ ଉତ୍ତର ପୂର୍ବ ଆଡକୁ ଦିଗ ପରିବର୍ତ୍ତନ କରିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

cyclone

ପ୍ରତିବର୍ଷ ଓଡିଶା ଅନେକ ବାତ୍ୟା ଦେଖିଛି। ମହାବାତ୍ୟା, ଫାଇଲିନ, ହୁଡହୁଡ, ତିତଲି, ଫନି ଭଳି ଅନେକ ବାତ୍ୟାର ସାମ୍ନା କରିଛି ଓଡିଶା ଏବଂ ଓଡିଶା ସରକାର। ଏବେ ପୁଣି ଏକ ଲଘୁଚାପ ବଙ୍ଗୋପସାଗରେ ସୃଷ୍ଟି ହେଉଛି। ଯାହା ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ବାତ୍ୟା କେତେ ପ୍ରଭାବ ଓଡିଶା ଉପରେ ପକାଇବ, ତାହା ଜଣାନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.