ଭୁବନେଶ୍ୱରେ ଜଣେ ବିରିୟାନି ଡେଲଭରୀ ବୟ କୋଭିଡ୍ ସଂକ୍ରମିତ ହେବା ନେଇ ଜୋର ଧରିଛି ଚର୍ଚ୍ଚା

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନାରେ ଆକ୍ରାନ୍ତ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ଏହି ଅଦୃଶ୍ୟ ଶତ୍ରୁ ବିରୋଧରେ ସମସ୍ତଙ୍କ ଲଢ଼େଇ ଜାରି ରହିଥିବା ବେଳେ ସେଥିପାଇଁ ଲକ୍‌ଡାଉନ୍‌ରୁ ଆରମ୍ଭ କରି ବିଭିନ୍ନ ନିୟମ କାନୁନ କରିଛନ୍ତି ସରକାର । ତେବେ କିଛି ନିୟମର ତ୍ରୁଟି ଭାରୀ ପଡ଼ିପାରେ । ଯେମିତିକି ବର୍ତ୍ତମାନ ଚର୍ଚ୍ଚା ଚାଲିଛି ରାଜଧାନୀ ଭୁବନେଶ୍ୱରର ଜଣେ ବିରିୟାନି ଡେଲିଭରି ପିଲା କରୋନା ସଂକ୍ରମିତ । ଗତକାଲି ଯେଉଁ ତିନି ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୩୬ ବର୍ଷ ବୟସ୍କ ଯୁବକ ଜଣକ କରୋନା ପଜେଟିଭ୍ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅବଶ୍ୟ ଏ ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।

ତେବେ ଯାହା ସୂଚନା ମିଳିଛି ଯୁବକ ଜଣକ ନିଜ ଦେହରେ କୋଭିଡ୍‌ ଲକ୍ଷଣ ଦେଖି ୧୦୪କୁ ଫୋନ୍‌ କରିଥିଲେ । ପରେ ତାଙ୍କର ସ୍ୱାବ୍‌ ଟେଷ୍ଟ କରାଯାଇଥିଲା । ପରୀକ୍ଷା ପରେ ଗତକାଲି ସନ୍ଧ୍ୟାରେ ସେ ପଜେଟିଭ ବୋଲି ଜଣାପଡ଼ିଥିଲା । ତାଙ୍କର ଏବେ କୋଭିଡ୍‌ ହସପିଟାଲରେ ଚିକିତ୍ସା ଚାଲିଛି ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଜଣେ ପିଜା ଡେଲିଭରୀ ବୟ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ । ଏହା ପରେ ମଧ୍ୟ ଅନଲାଇନ୍ ଡେଲଭରୀ ଜାରି ରହିଛି । ଆହୁରି ମଧ୍ୟ ରାଜ୍ୟରେ ପ୍ରଥମ କରି କେ ନ୍ୟୁଜ୍ ଏବଂ କଳିଙ୍ଗ ଟିଭି ଏହାର ବିଶ୍ୱସ୍ତତାକୁ ନେଇ ଖବର ପ୍ରସାରଣ କରିଥିଲା ।
ତେବେ ବିରିୟାନି ବୟ ଘଟଣା ଯଦି ସତ ହୋଇଥାଏ ତେବେ ନିଶ୍ଚିତ ଭାବେ ଏହା ଚିନ୍ତାର ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.