Below header

ଟେନିସ ତାରକା ସାନିଆ ମିର୍ଜାଙ୍କ କ୍ରିକେଟ କନେକ୍ସନ, ଏହି ଚାରି ଜଣ କ୍ରିକେଟ କ୍ୟାପଟେନଙ୍କ ସହ ରହିଛି ସମ୍ପର୍କ

ଏହା ହୁଏତ ଖୁବ କମ ଲୋକ ଜାଣିଥିବେ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କର କ୍ରିକେଟ ଖେଳ ସହ ମଧ୍ୟ ଖୁବ ଘନିଷ୍ଠତା ରହିଛି । ନିକଟରେ ମାତୃତ୍ଵ ଲାଭ ପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ସାନିଆ । କୋଭିଡ-19 ମହାମାରୀ କାରଣରୁ ଅଲମ୍ପିକ ଖେଳକୁ ଏକ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏହି କାରଣରୁ ସାନିଆ ୨୦୨୧ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ ପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କହିରଖିବା ଉଚିତ ହେବକି, ସାନିଆ ପୂର୍ବରୁ ଡବଲ୍ସ ବିଭାଗରେ ବିଶ୍ୱ ଚମ୍ପିୟାନ ରହି ସାରିଛନ୍ତି । ବୁଧବାର “ଭାରତୀୟ କ୍ରୀଡ଼ା ପ୍ରାଧିକରଣ” ଦ୍ୱାରା ଅନୁଷ୍ଠିତ ଏକ ସାକ୍ଷାତ୍କାର ଅବସରରେ ସାନିଆ କହିଛନ୍ତିକି, ସେ ୬ ବର୍ଷ ବୟସରେ ଟେନିସ ଖେଳିବା ଆରମ୍ଭ କରିଥିଲେ ।

sania

ସେ ସମୟରେ ଟେନିସ ରାକେଟ ଧରି ଜଣେ ଝିଅ “ବ୍ଵିମ୍ବଳ ଡନ” ଖେଳିବାର ସ୍ବପ୍ନ ଦେଖିବା କଥାକୁ ଲୋକେ ହସରେ ଉଡାଇ ଦେଉଥିଲେ । ସାନିଆଙ୍କ ଅନୁଯାୟୀ ସେ କିନ୍ତୁ ଭାଗ୍ୟଶାଲୀକି, ଯେ ତାଙ୍କୁ ଏମିତି ପିତା ମାତା ମିଳିଛନ୍ତି, ଯେଉଁମାନେ ଲୋକଙ୍କ କଥା ଖାତିର ନକରି ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇ ଆସିଛନ୍ତି । ବର୍ଷୀୟ ସାନିଆଙ୍କ ନାମରେ ଏଯାବତ ତିନୋଟି ଡବଲ୍ସ ଓ ୩ ଟି ମିକସଡ଼ ଡବଲ୍ସ ଗ୍ରାଣ୍ଡ ସଲାମ ଟାଇଟଲ ଅଛି । ଚଳିତ ବର୍ଷ ସାନିଆ ଟେନିସ କୋର୍ଟକୁ ଫେରିବା ସହ ୟୁକ୍ରେନର ଯୋଡିଦାର ନାଦିଆ କ୍ୱିଚେନୋକଙ୍କ ସହ ହୋବରଟ ଇଣ୍ଟରନ୍ୟାସନାଲ ମହିଳା ଡବଲ୍ସ ଟାଇଟଲ ଜିତିଛନ୍ତି । ନିଜେ ଜଣେ ଟେନିସ ଖେଳାଳି ହୋଇଥିଲେ ମଧ୍ୟ କ୍ରିକେଟ ସହ ତାଙ୍କର ଏକ ଘନିଷ୍ଠତା ରହିଛି । ଏହି କାରଣରୁ ହିଁ ସେ କ୍ରିକେଟର ସୋଏବ ମାଲିକଙ୍କୁ ନିଜ ଜୀବନ ସାଥି ଭାବେ ବାଛିଥିଲେ ।

sania

ସାନିଆଙ୍କ ପିତା ଇମ୍ରାନ ମିର୍ଜା ବି ମୁମ୍ବାଇ କ୍ଲବ କ୍ରିକେଟ ତରଫରୁ ଖେଳୁଥିଲେ । ଖାଲି ସେତିକି ନୁହେଁ ତାଙ୍କ ପରିବାରରୁ ଦୁଇ ଦୁଇ ଜଣ କ୍ରିକେଟରେ ଅଧିନାୟକ ଭାବେ ଦାୟିତ୍ୱ ସମ୍ପର୍ଣ୍ଣ କରିଛନ୍ତି । ଗତ ବର୍ଷ ଡିସେମ୍ବର ମାସରେ ସାନିଆଙ୍କ ସାନ ଭଉଣୀ ଅନାମଙ୍କ ବିବାହ ମୋହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଆସଦଙ୍କ ସହ ତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସେପଟେ ସ୍ୱାମୀ ସୋଏବ ବି ପାକିସ୍ଥାନ ତରଫରୁ ୩ ଟି ଟେଷ୍ଟ , ୪୧ ଟି ଏକଦିବସୀୟ ସମେତ ୨୦ଟି 20- 20 ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳି ସାରିଛନ୍ତି । ସନିଆଙ୍କ ଜଣେ ସମ୍ପର୍କୀୟ ଭାଇ ନିଶାର ଅହମ୍ମଦଙ୍କ ପିତା ଗୁଲାମ ଅହମ୍ମଦ ମଧ୍ୟ ୧୯୫୫- ୧୯୫୯ ସମୟ ଭିତରେ ତିନୋଟି ଟେଷ୍ଟ ମ୍ୟାଚରେ ଭାରତ ପକ୍ଷରୁ ଅଧିନାୟକ ରହି ସାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.