ମଦ ହୋମ ଡେଲିଭରୀ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଏଣିକି ବିଚାର କରିବେ ରାଜ୍ୟ ସରକାର

କେନ୍ୟୁଜ: ଲକଡାଉନ କାରଣରୁ ମଦ ବ୍ୟବସାୟ ପ୍ରଭାବିତ ହୋଇଛି। ଏପରିକି ଅଧିକାଂଶ ସ୍ଥାନରେ ମଧ୍ୟ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ମଦ ହୋମ ଡେଲିଭରୀ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟ ସରକାର ହୋମ ଡେଲିଭରୀ ନେଇ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନଲାଇନ ମଦ ବିକ୍ରି ପାଇଁ ରାଜ୍ୟ ସରକାର ମାନେ ବିଚାର କରିପାରିବେ ।

ମଦ ବିକ୍ରି ନେଇ ସୁପ୍ରିମକୋର୍ଟ କୌଣସି ନିର୍ଦେଶ ଦେଇପାରିବେନି ବୋଲି କହିଥିଲେ । ଏଥିପାଇଁ ରାଜ୍ୟ ସରକାର ମାନେ ନିଷ୍ପତ୍ତି ନେଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତିନି ଜଣିଆ ଖଣ୍ଡପୀଠ ଅନଲାଇନ ମଦ ବିକ୍ରି ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.