Below header

ଦୀର୍ଘ ୫୮ ବର୍ଷ ପରେ ପୁଣିଥରେ ଖୋଲିବାକୁ ଯାଉଛି ଖାଲିପଡିଥିବା ଏହି ଗୁପ୍ତ ରେଳୱେ ସୁଡଙ୍ଗ, ଲୋକେ କରୁଛନ୍ତି ସହମତ

ବିଶ୍ୱରେ ଏମିତି କିଛି ଜାଗା ରହିଛି, ଯାହା ନିଜର ସ୍ୱତନ୍ତ୍ରତା ଏବଂ ବିଶେଷତ୍ୱ ପାଇଁ ଜଣାଶୁଣା। କିନ୍ତୁ କିଛି ଜାଗା ଏମିତି ରହିଛି, ଯାହା ସ୍ୱତନ୍ତ୍ର ହେବା ପରେ ମଧ୍ୟ ଗୁପ୍ତ ଭାବେ ପଡିରହେ। ଏପରି ଏକ ଜାଗା ରହିଛି ଯାହା ଜଣାଶୁଣା ହେବା ପରିବର୍ତ୍ତେ ଗୁପ୍ତ ଭାବେ ପଡିରହିଛି। ଏମିତି ଏକ ଜାଗା ରହିଛି ୱେଲ୍ସ ‘ଗୁପ୍ତ ରେଳୱେ ସୁଡଙ୍ଗ ‘ଏବରନେଣ୍ଟ’। ଏହି ଜାଗା ନିଜ ଭିତରେ ଏକ ସ୍ୱତନ୍ତ୍ରତା ରଖିଥିବା ବେଳେ ଗତ ୫୮ ବର୍ଷ ହେଲାଣି ବନ୍ଦ ପଡିଛି। ଏକ ସମୟରେ ଏହି ସୁଡଙ୍ଗ ଦେଇ ଟ୍ରେନ ଯିବା ଆସିବା କରୁଥିଲା। ଶେଷ ଥର ପାଇଁ ଏଠାରେ ଟ୍ରେନ ୧୯୬୨ ମସିହାରେ ଯାଇଥିଲା। ସେବେଠାରୁ ଏହି ସୁଡଙ୍ଗ ଖାଲି ପଡିଛି ଏବଂ କୌଣସି ଭୂତକୋଠୀ ଭଳି ନଜର ଆସୁଛି। କିନ୍ତୁ ଏବେ ଏହାକୁ ଖୋଲିବା ପାଇଁ ବିଚାର କରାଯାଉଛି।

europe

ଜଣାଶୁଣା ନିର୍ମାଣକର୍ତ୍ତା ଇସାମବର୍ଡ କିଙ୍ଗଡମ ବ୍ରୁନେଲଙ୍କ ଦ୍ୱାରା ୧୮୫୩ରେ ଡିଜାଇନ ହୋଇଥିବା ଏହି ରେଳୱେ ସୁଡଙ୍ଗକୁ ସାଇକେଲ ଚାଳକଙ୍କ ପାଇଁ ଖୋଲାଯାଇପାରେ। ପ୍ରଥମରୁ ଏହି ସୁଡଙ୍ଗରୁ ବ୍ୟବହାର ଟ୍ରେନରେ କୋଇଲା ନେବା ଆଣିବା ପାଇଁ କରାଯାଉଥିଲା।

tt

୧.୪ ମାଇଲ ଲମ୍ବା ଏହି ସୁଡଙ୍ଗ ଯଦି ସାଇକେଲିଷ୍ଟ ଏବଂ ପଦାଚାରୀଙ୍କ ପାଇଁ ଖୋଲି ଦିଆଯାଏ, ତେବେ ଏହା ୟୁରୋପର ସବୁଠାରୁ ଲମ୍ବା ସୁଡଙ୍ଗ ମଧ୍ୟରେ ଗଣା ହେବ। ଏଠିକାର ଶତାଧିକ ଲୋକ ଏହାକୁ ୟାତାୟାତ କରିବା ଯୋଗ୍ୟ ଯୋଜନାର ସମର୍ଥନ କରିଛନ୍ତି।

railway

ଏହି ସୁଡଙ୍ଗ ୱେଲ୍ସର ଦୁଇଟି ସହର ମିରାଥେରଟାଇଡାଫିଲ ଏବଂ ଏବରଡେୟରକୁ ଯୋଡିଥାଏ। ଏହି ସୁଡଙ୍ଗର ପ୍ରବେଶ ଦ୍ୱାରା ଏବେ ମଧ୍ୟ ଖୋଲା ରହିଛି, କିନ୍ତୁ ଲୋକ ପ୍ରବେଶ କରିବା ପାଇଁ ଗେଟ୍‌ ବନ୍ଦ ରହିଛି। ଲୋକମାନଙ୍କ ଠାରୁ ଏହି ଯୋଜନା ବିଷୟରେ ଅନଲାଇନ ସର୍ବେକ୍ଷଣ ଚାଲିଛି। ଅନେକ ଲୋକ ଏହାକୁ ଐତିହାସିକ ଐତିହ୍ୟ କହୁଛନ୍ତି। ଏହାକୁ ଖୋଲିବାକୁ ନେଇ ଲୋକମାନେ ଉତ୍ସାହିତ ରହିଛନ୍ତି ବୋଲି ମିରାଥେର ଟାଇଡାଫିଲ କାଉଣ୍ଟି ବୋରୋର କାଉନସିଲର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.