ମାରିଲା କିଏ କରୋନା ନା ପେଟର ଭୋକ ? ଔରଙ୍ଗାବାଦ ଟ୍ରେନ୍ ଦୁର୍ଘଟଣାରେ ମରିଗଲେ ୧୬ ଜଣ ମାଟିର ମଣିଷ

ମହାରାଷ୍ଟ୍ର ଏବେ ଯୁଝୁଛି କରୋନା ସହିତ । ସବୁଠାରୁ ଅଧିକ ଆକ୍ରାନ୍ତ ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ହେଉଛି ଏହି ରାଜ୍ୟରେ । ତା ଭିତରେ ଔରଙ୍ଗାବାଦରେ ଏଭଳି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳ ବିଭାଗ ମନ୍ତ୍ରୀ ପୀୟୁଷ ଗୋୟଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ହେଲେ ବାସ୍ତବତା ହେଉଛି ଭୋକ ଦାଉରୁ ବର୍ତ୍ତିବା ପାଇଁ ଏହି ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଥିଲେ । ତାଙ୍କର ଭୁଲ ଥିଲା ଏଇଆ ଯେ ସେମାନେ ଷ୍ଟେସନ୍‌ରେ ପହଞ୍ଚିବା ପାଇଁ ରେଳ ଲାଇନ୍‌କୁ ସାହରା କରିଥିଲେ । ଯଦି ମହାରାଷ୍ଟ୍ର କିମ୍ବା ଶ୍ରମିକମାନଙ୍କ ରାଜ୍ୟ ମଧ୍ୟପ୍ରଦେଶ ସରକାର ସେମାନଙ୍କ ଖାଇବା ପିଇବା ଏବଂ ନିଜ ରାଜ୍ୟକୁ ଫେରିବାର ବନ୍ଦୋବସ୍ତ କରିଥାନ୍ତେ ତେବେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିନଥାନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.