Below header

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହି ବଣ୍ଟନ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲେ ରାଜ୍ୟ ସରକାର

କେନ୍ୟୁଜ: ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ବାଣ୍ଟିବା ପାଇଁ ନିୟମାବଳୀ ଜାରି କରାଯାଇଛି । ଅଭିଭାବକମାନେ ବହି ଆଣିବା ପାଇଁ ସ୍କୁଲକୁ ଯିବେ । ଏହି ସମୟରେ ଅଭିଭାବକମାନେ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍‌ ଲାଇନ୍‌ ଅନୁସାରେ ମାସ୍କ ପିନ୍ଧିବେ କିମ୍ବା ମୁହଁକୁ କପଡାରେ ଘୋଡାଇବେ । ସ୍କୁଲ ଗେଟ୍‌ ପାଖରେ ଅଭିଭାବକଙ୍କ ପାଇଁ ସାନିଟାଇଜର କିମ୍ବା ହାତ ଧୋଇବା ପାଇଁ ସାବୁନ ଓ ପାଣି ରଖାଯିବ । ବହି ଦେବା ପାଇଁ ସ୍କୁଲରେ ଅତି କମ୍‌ରେ ୫ଟି କାଉଣ୍ଟରର ବ୍ୟବସ୍ଥା ହେବ । ଅଭିଭାବକଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ବସିବାର ବ୍ୟବସ୍ଥା କରିବେ । ଏକାଥରେ ୩୦ ଜଣଙ୍କୁ ବହି ଦିଆଯିବ । ୧୫ ଜଣ କାଉଣ୍ଟର ପାଖରେ ଓ ଅନ୍ୟ ୧୫ ଜଣ େଓ୍ଵଟିଂ ହଲ୍‌ରେ ରହିବେ । ୩୦ ଜଣଙ୍କୁ ଏକ ଘଣ୍ଟା ମଧ୍ୟରେ ବହି ଦିଆଯିବ । ଯେଉଁମାନେ ବହି ବଣ୍ଟନ କରିବେ ସେମାନେ ମଧ୍ୟ ମାସ୍କ କିମ୍ବା କପଡାରେ ମୁହଁକୁ ଘୋଡାଇବେ । ବହି ନେବା ପରେ ଅଭିଭାବକମାନେ ତୁରନ୍ତ ସ୍କୁଲରୁ ବାହାରକୁ ଯିବେ ।

ସୂଚନାଯୋଗ୍ୟ ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ତୁରନ୍ତ ବହି ବଣ୍ଟନ କରାଯିବ । ସେହିଭଳି ରେଡ୍‌ ଜୋନ୍‌ରେ ଲକ୍‌ଡାଉନ୍‌ କଟକଣା ଅନୁସାରେ ବହି ବଣ୍ଟନ ହେବ କିନ୍ତୁ କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳରେ ବହି ବଣ୍ଟନ ହେବ ନାହିଁ । କେଉଁ କେଉଁ ଦିନ ବହି ବଣ୍ଟନ କରାଯିବ ସେନେଇ ସ୍କୁଲ କର୍ତ୍ତୃପକ୍ଷ ସୂଚୀ ପ୍ରସ୍ତୁତ କରିବେ । କେଉଁ ଦିନ କେଉଁ ଅଭିଭାବକ ସ୍କୁଲ ଆସି ବହି ନେବେ ସେନେଇ ଅଭିଭାବକଙ୍କୁ ହ୍ଵାଟ୍‌ସ ଅପ୍‌ କିମ୍ବା ମେସେଜ୍‌ ଦ୍ୱାରା ଜଣାଇବେ ସ୍କୁଲ କର୍ତ୍ତୃପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.