Below header

୬ ହଜାର ଶସ୍ତା ହେଲା ଏହି ଫୋନ, ଜାଣନ୍ତୁ ନୂଆ ଦାମ୍‌ ଏବଂ ସ୍ପେସିଫିକେସନ

ଲକଡାଉନ ଚାଲିଥିବା ବେଳେ OnePlus 7T Pro ଯୁବପିଢିଙ୍କ ପାଇଁ ଆଣିଦେଇଛି ଖୁସିଖବର। ଏହି ଫୋନରେ ମିଳୁଛି ବମ୍ପର ଅଫର। ଏହି ଫୋନ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଫୋନର ମୂଲ୍ୟ ୬ ହଜାର ଟଙ୍କା କମ୍‌ କରିଛି। ପୂର୍ବରୁ ଏହି ଫୋନର ଦାମ ୫୩,୯୯୯ ଟଙ୍କା ରହିଥିବା ବେଳେ ଏବେ ଏହାର ଦାମ ୪୭,୯୯୯ ଟଙ୍କା ରହିଛି। ଏହି ଫୋନକୁ ଆମାଜନ ଛଡା ଓ୍ଵାନପ୍ଲସ ଷ୍ଟୋରରୁ ମଧ୍ୟ କିଣିପାରିବେ। ଫୋନ ସହିତ ବର୍ଷକର ନୋ କଷ୍ଟ ଇଏମଆଇ ସୁବିଧା ମଧ୍ୟ ରହିଛି।

one plus କମ୍ପାନୀର ଏହି ଫୋନରେ ୬.୬୭ ଇଞ୍ଚର ଫୁଲ ଏମୋଲେଡ ଡିସପ୍ଲେ ରହିଛି, ଯାହାର ରିଜୋଲେସନ3120×1440 ପିକ୍ସେଲ ରହିଛି। ଏହାସହିତ ସ୍କ୍ରିନର ପ୍ରୋଟେକ୍ସନ ପାଇଁ କର୍ନିଙ୍ଗ ଗରିଲ୍ଲା ଗ୍ଲାସ ୩ଡି ରହିଛି। ଏହି ଫୋନରେ କ୍ୱାଲାକୋମ ସ୍ନାପଡ୍ରାଗନ ୮୫୫ ପ୍ଲସ ଚିପସେଟ ରହିଛି। ଏହାସହିତ ଏଥିରେ ୫ଜି ନେଟଓ୍ଵାର୍କ ସପୋର୍ଟ କରିବ।

ଏହି ଫୋନରେ ଟ୍ରିପଲ ରିଅର କ୍ୟାମେରା ସେଟ୍‌ଅପ୍‌ ରହିଛି। ଯେଉଁଥିରେ ୪୮ ମେଗାପିକ୍ସେଲର ପ୍ରାଇମେରୀ ସେନସର, ୧୬ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ ଲେନ୍ସ ଏବଂ ୮ ମେଗାପିକ୍ସେଲ ଟେଲୀଫଟୋ ଲେନ୍ସ ରହିଛି। ୟୁଜର ଏହି ଫେଶନ ମାଧ୍ୟମରେ ରାତିରେ ମଧ୍ୟ ଶାନଦାର ଫଟୋ ଉଠାଇପାରିବେ। ଏଥିରେ ୪ଜି ଭିଡିଓ ସୁଟ କରିବାର ସୁବିଧା ମଧ୍ୟ ରହିଛି।
ପ୍ରତିବର୍ଷ ଓଡିଶ ଅନେକ ବାତ୍ୟା ଦେଖିଛି। ମହାବାତ୍ୟା, ଫାଇଲିନ, ହୁଡହୁଡ, ତିତଲି, ଫନି ଭଳି ଅନେକ ବାତ୍ୟାର ସାମ୍ନା କରିଛି ଓଡିଶା ଏବଂ ଓଡିଶା ସରକାର। ଏବେ ପୁଣି ଏକ ଲଘୁଚାପ ବଙ୍ଗୋପସାଗରେ ସୃଷ୍ଟି ହେଉଛି। ଯାହା ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ବାତ୍ୟା କେତେ ପ୍ରଭାବ ଓଡିଶା ଉପରେ ପକାଇବ, ତାହା ଜଣାନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.