Below header

ଏଠାରେ ଭଗବାନ ବିଶ୍ୱକର୍ମା ନିଜେ ନିର୍ମାଣ କରିଥିଲେ ସୂର୍ଯ୍ୟଙ୍କ ମନ୍ଦିର, ଜାଣନ୍ତୁ କଣ ରହିଛି ଏହାର ରହସ୍ୟ

ବିହାରର ଔରଙ୍ଗାବାଦ ଜିଲ୍ଲାର ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଖୁବ୍‌ ନିଆଁରା। କୁହାଯାଇଥାଏ ଏହି ମନ୍ଦିରର ନିର୍ମାଣ ସ୍ୱୟଂ ଭଗବାନ ବିଶ୍ୱକର୍ମା ଗୋଟିଏ ରାତିରେ ହିଁ କରିଥିଲେ। ଏହା ଦେଶର ଏକମାତ୍ର ସୂର୍ଯ୍ୟ ମନ୍ଦିର, ଯାହାର ଦ୍ୱାର ପଶ୍ଚିମ ଦିଗରେ ରହିଛି। ଏହି ମନ୍ଦିରରେ ସୂର୍ଯ୍ୟ ଦେବତାଙ୍କ ପ୍ରତିମା ସାତଟି ରଥ ଉପରେ ଅବସ୍ଥିତ। ଏଥିରେ ସୂର୍ଯ୍ୟଙ୍କର ତିନଟି ରୂପ ଉଦୟାଚଳ-ପ୍ରାତଃ ସୂର୍ଯ୍ୟ, ମଧ୍ୟାଚଳ-ମଧ୍ୟ ସୂର୍ଯ୍ୟ ଏବଂ ଅସ୍ତାଚଳ-ଅସ୍ତ ସୂର୍ଯ୍ୟ ଦେବତାଙ୍କ ରୂପ ବିଦ୍ୟମାନ। ସମଗ୍ର ଦେଶରେ ଏହା ହିଁ ଏକମାତ୍ର ସୂର୍ଯ୍ୟ ମନ୍ଦିର, ଯାହା ପୂର୍ବାଭିମୁଖୀ ନହୋଇ ପଶ୍ଚିମାଭିମୁଖୀ ହୋଇ ରହିଛନ୍ତି।

sunପାଖାପାଖି ଏକ ଶହ ଫୁଟ ଉଚ୍ଚର ଏହି ସୂର୍ଯ୍ୟ ମନ୍ଦିର ସ୍ଥାପତ୍ୟ ଏବଂ ବାସ୍ତୁକଳାା ଅଭ୍ଭୁତ ଉଦାହରଣ। କୁହାଯାଇଥାଏ ଏହି ମନ୍ଦିରର ନିର୍ମାଶ ଦେଢ ଲକ୍ଷ ବର୍ଷ ପୂର୍ବରୁ କରାଯାଇଥିଲା। ସିମେଣ୍ଟ ଏବଂ ଚୂନର ପ୍ରୟୋଗ କରାନଯାଇ ଆୟତାକାର, ବର୍ଗାକାର, ଅର୍ଦ୍ଧବୃତ୍ତାକାର, ଗୋଲାକାର, ତ୍ରିଭୁଜକାର ଆଦି ଅନେକ ରୂପେ କଟାଯାଇଥିବା ପଥରକୁ ଜୋଡି ତିଆରି କରାଯାଇଥିବା ଏହି ମନ୍ଦିର ଅତ୍ୟନ୍ତ ଆକର୍ଷକ ଏବଂ ବିସ୍ମୟକାରୀ।

ଜାଣନ୍ତୁ କଣ ରହିଛି ମନ୍ଦିରର ଇତିହାସ

surya-mandirଏହି ମନ୍ଦିର ନିଜର ବିଶିଷ୍ଠ କଳାତ୍ମକ ଭବ୍ୟତା ସହ ଇତିହାସ ପାଇଁ ମଧ୍ୟ ପ୍ରସିଦ୍ଧ। ଏହା ଔରଙ୍ଗାବାଦ ଠାରୁ ପାଖାପାଖି ୧୮ କିଲୋମିଟର ଦୂର। ଦେଢ ଲକ୍ଷ ବର୍ଷ ପୁରୁଣା ଏହି ମନ୍ଦିର କଳା ରଙ୍ଗର ପଥରରେ ନିର୍ମାଣ ହୋଇଛି। ଏହି ସୂର୍ଯ୍ୟ ମନ୍ଦିର ଓଡିଶାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ସହ ମେଳ ଖାଉଛି। ମାନ୍ୟତା ରହିଛି ଏହି ମନ୍ଦିରରେ ଭକ୍ତି ପୂର୍ବକ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।

ଜାଣନ୍ତୁ ଏଠାରେ ଅବସ୍ଥିତ ପୋଖରୀର ମାନ୍ୟତା କ’ଣ ରହିଛି

pondଏଠାରେ ଅବସ୍ଥିତ ପୋଖରୀର ବିଶେଷ ମହତ୍ତ୍ୱ ରହିଛି। ଏହି ପୋଖରୀକୁ ସୂର୍ଯ୍ୟକୁଣ୍ଡ ମଧ୍ୟ କୁହାଯାଇଥାଏ। ଏହି କୁଣ୍ଡରେ ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କୁ ଭକ୍ତି କରାଯାଇଥାଏ। ପରମ୍ପରା ଅନୁଯାୟୀ ଏହି ମନ୍ଦିରରେ ପ୍ରତ୍ୟେକ ଦିନ ଭୋର ୪ଟାରେ ଘଣ୍ଟି ବଜାଯାଇ ପହଡ ଖୋଲିଥାଏ। ଏହାପରେ ଭଗବାନଙ୍କ ପ୍ରତିମାକୁ ସ୍ନାନ କରାଯାଇ ନୂତନ ବସ୍ତ୍ର ଏବଂ ଚନ୍ଦନ ଲଗାଯାଇଥାଏ। ଏହାବ୍ୟତୀତ ଏଠାରେ ପ୍ରାଚୀନ କାଳରୁ ଭଗବାନଙ୍କ ନିକଟରେ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ ଶୁଣାଇବାର ପ୍ରଥା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.