Below header

ସ୍ୱାମୀ ଯାଇଥିଲେ କିନ୍ତୁ ଝିଅ ମୁହଁକୁ ଚାହିଁ ଜୀବନ ଜିଇଁବାକୁ ଚେଷ୍ଟା କରୁଥିଲି, ହେଲେ ଭଗବାନ ଆଜି ତାକୁ ଛଡାଇ ନେଲେ

ଆଉ ଶୁଭିବ ନାହିଁ ବୋଉ ଡ଼ାକ । ସୁବ ଦିନ ପାଇଁ ଲିଭିଗଲା ଏହି ଡ଼ାକଟି । ବୁକୁ ଫଟା କାନ୍ଦରେ ଫାଟି ପଡ଼ୁଛି ଘର ଅଗଣା । ସମସ୍ତଙ୍କ ଆଖିରେ ଲୁହ । ମନେ ପଡ଼ୁଛି ସେ ଅଲିଅଳିର କଥା । ଖାଇବା ପିଇବା ଠାରୁ ଆରମ୍ଭ କରି ସବୁକିଛି କରିବାକୁ ପଡ଼ୁଥିଲା ତାପାଇଁ । ଆଜି ଆଉ ସିଏ ନାହିଁ ।  ଏ ହେଉଛି ଜଣେ ମା’ର କରୁଣ କାହାଣୀ ।

22

ପୁରୀ ଜିଲ୍ଲା ପିପିଲି ବ୍ଳକ ସଁପୁର ଗ୍ରାମର ଗୌରୀ ବେହେରାଙ୍କ । ପରିବାର କହିଲେ ବୃଦ୍ଧ ବାପା ମା’ ସାଙ୍ଗକୁ ପାଗଳ ଭାଇ । ଆଉ ନିଜର ଏଗାର ବର୍ଷର ଝିଅଟିଏ । ବିବାହ ପରେ ସ୍ୱାମୀ ଦୂରେଇ ଯିବା ପରେ ଏକ କନ୍ୟା ସନ୍ତାନଟିଏ ଜନ୍ମ ଗ୍ରହଣ କରିଥିଲା । ପିଲାଟି ବେଳରୁ ଖୁବ୍ ଆଦର ଯତ୍ନରେ ବଢିଥିଲା । ବୟସ ବଢିବା ପରେ ହଠାତ୍ ଦେହ ଖରାପ ହେବାରୁ ତାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ପରେ ଜଣା ପଡ଼ିଲା ତାକୁ କ୍ୟାନସର ହୋଇଛି । ଏହାପରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ବୁଲି ଚିକିତ୍ସା ପରେ ଚିକିତ୍ସା ଚାଲିଥିଲା ।

gouri 1

ଚିକିତ୍ସାରେ ଭଲ ହେବା ପରେ ଘରକୁ ଫେରିବାକୁ ପଡ଼ିଥିଲା । ତେବେ ଝିଅର ଚିକିତ୍ସା ସମୟରେ କେବେ ବି ନିଜ କାର୍ଯ୍ୟରେ ଅବହେଳା କରିନଥିଲେ ଗୌରୀ । ଏହାରି ଭିତରେ ଆସଗଲା କରେନା ପାଇଁ ଡ୍ୟୁଟି । ତେବେ ଡ଼୍ୟୁଟି କରିବା ସମୟରେ ଶୁଣିବାକୁ ପାଇଲେ ତାଙ୍କ ଝିଅ ଆର ପାରିରେ । ଭାବିଲା ବେଳକୁ ନିଜକୁ ସମ୍ଭାଳିବା କଷ୍ଟକର ହୋଇପଡିଲା। ଏବେ ନିଜ ଝିଅର ଫେରିବା ଚାହିଁ ବସି ଆଖିର ଲୁହ ମନର ଦୁଃଖକୁ ଛାତିର କୋହ ଭିତରେ ଚାପି ରଖିଛନ୍ତି କରୋନା ଯୋଦ୍ଧା ଗୌରୀ।

gouri

କରୋନାରେ ଜଣେ ଜାଗ୍ରତ ପ୍ରହାରୀ ଭାବରେ ପୋଲିସ ବିଭାଗରେ ଜଣେ ଗୃହରକ୍ଷୀ ଭାବରେ କାର୍ଯ୍ୟରତ ଗୌରୀ ପ୍ରତିଦିନ ନିଜର କାର୍ଯ୍ୟ କରିଥାନ୍ତି । ଖରା କି ବର୍ଷା କିଛି ବି ଫରକ ପଡ଼େ ନାହିଁ ତାଙ୍କ ନିକଟରେ ଆଉ ରାଜନେତା ହୁଅନ୍ତୁ ଅଥବା ବଡ଼ ବଡ଼ିଆ କାହାକୁ ସେ ଭୁଲରେ ହିଁ ବାଟ ଛାଡ଼ନ୍ତି ନାହିଁ ଯିବା ଆସିବା କରିବା ପାଇଁ । ଖାକି ପୋଷାକ ଆଗରେ ନିଜର ଝିଅର ବଳିଦାନକୁ ସହଜରେ ଗ୍ରହଣ କରିନେଲେ ସିନା ନିଜ ମା’ର ମମତା ଆଗରେ କିନ୍ତୁ ହାରିଗଲେ । ଏବେ ନିଜ ଝିଅର ସ୍ମୃତିକୁ ମନେ ପକାଇ ତା’ର ପୋଷାକ ପତ୍ର ହେଉ ଅଥବା ଖାତା ବହି ଆଦିକୁ ଛାତିରେ ଚାପି ଧରି ଗୁମୁରି ଗୁମୁରି କାନ୍ଦୁଛି ଆଜି ସେହି ମା’ ।

gouri 2

କରେନା ଯୁଦ୍ଧରେ ଆପଣମାନଙ୍କ ପରିବାରକୁ କରେନା ଠାରୁ ବଂଚାଇବାକୁ ଯାଇ ସବୁକିଛି ଭୁଲି ଏବେ ନିଜର କତ୍ତର୍ବ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସାଇକେଲ ଧରି ଚାଲିଛନ୍ତି ଡ଼୍ୟୁଟି କରିବା ପାଇଁ । ମଝିରେ ମଝିରେ ହୁଇସିଲ ମାରି ଲୋକଙ୍କୁ ସଚେତନ କରୁଛନ୍ତି । ତାଙ୍କର ସମାଜ ପାଇଁ ଏପରି ତ୍ୟାଗକୁ ସବୁଆଡ଼ୁ ମିଳୁଛି ପ୍ରଶଂସାର ସୁଅ । ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତେ ସମବେଦନା ଜଣାଇବା ସହିତ ସହଯୋଗର ହାତ ବଢାଇଛନ୍ତି । ତେବେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିପିଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.