Below header

ଲକଡାଉନରେ ମଦ୍ୟପଙ୍କ ଦୁଃଖ ବୁଝିଲା Zomato, ଏବେ ଆଉ ଧାଡିରେ ଛିଡା ହୋଇ ନୁହେଁ ଅର୍ଡର ଦେଲେ ଘରେ ପହଞ୍ଚିବ ମଦ

ଲକଡାଉନ ଏଭଳି ଦୃଶ୍ୟ ଦେଖାଇଲା ଯାହା ସମସ୍ତଙ୍କୁ ଚକିତ କଲା । ଦେଶରେ ମଦ ପାଇଁ ଲାଇନ ଓ ମାର ପିଟ ଭଳି ପରିସ୍ଥିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଏତେ ମାତ୍ରାରେ ଲୋକ ମଦ ପାଇଁ ପାଗଳ ଓ ଦୋକାନ ଖୋଲିବାକୁ ନେଇ ଖୁସି ହେଲେ ଯେ କି ପୁଅ କି ଝିଅ ସମସ୍ତେ ଆସି ଲାଇନରେ ଠିଆ ହେଲେ । ଦେଶରେ ମଦର ଏଭଳି ଚାହିଦା ଦେଖି ଫୁଡ଼ ଡେଲିଭରି ଆପ ଜମାଟୋ ଭାରତରେ ମଦକୁ ହୋମ ଡେଲିଭରି କରିବା ନେଇ ଚିନ୍ତା କରିଛି। ଆଗାମୀ ଦିନ ମାନଙ୍କରେ ଆପଣ ଘରେ ବସି ମଦ ଅର୍ଡର କରିପାରିବେ । ମଦର ଜବରଦସ୍ତ ଡିମାଣ୍ଡ ଦେଖି ଜମାଟୋ ମଦ ଘରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି । ଲକଡାଉନ ଚାଲିଥିବାରୁ ଜମାଟୋ ଭାରତରେ ଗ୍ରସରି ଘରେ ପହଞ୍ଚାଇବା କାମ କରିଥିଲେ ।

liqurଭାରତରେ 25 ମାର୍ଚ୍ଚ 2020ରୁ ଲକଡାଉନ ଚାଲିଛି ସେବେଠାରୁ ହିଁ ଦେଶରେ ମଦ ଦୋକାନ ବନ୍ଦ ଥିଲା । ଚଳିତ ସପ୍ତାହରେ ହିଁ ମଦ ଦୋକାନ ଖୋଲିବାକୁ ମଞ୍ଜୁରୀ ମିଳିଥିଲା, 40 ଦିନ ପରେ ଦୋକାନ ଖୋଲିବା ଦିନଠୁ ଦେଖିବାକୁ ମିଳିଲା ମଦ କିଣିବା ପାଇଁ ଦୋକାନ ଆଗରେ ଘଣ୍ଟା ଘଣ୍ଟା ଅନେକ କିଲୋମିଟର ପର୍ଯ୍ୟନ୍ତ ଲାଇନରେ ଠିଆ ହେଲେ ମଦ ଦିୱାନା । ଯାହା ଫଳରେ ସାମାଜିକ ଦୂରତା ନିୟମ ପାଳନ ହୋଇପାରିଲା ନାହିଁ । ପୋଲିସ ପ୍ରଶାସନ ବି ଭିଡକୁ ନିୟନ୍ତ୍ରଣ କରିବାକୁ ଅନେକ ଚେଷ୍ଟା କଲେ ହେଲେ ସବୁ ଦିନ ସମାନ ଚିତ୍ର ଦେଖିବାକୁ ମିଳିଲା । ମୁମ୍ବାଇରେ ଦୋକାନ ଖୋଲିବାର 2 ଦିନ ପରେ ବନ୍ଦ କରିଦିଆ ଗଲା । ଲାଠିଚାର୍ଜ ବି ହେଲା । ଦିଲ୍ଲୀ ସରକାର ଏହି ଭିଡକୁ କାବୁ କରିବାକୁ ସରକାର ମଦ ଉପରେ ସ୍ପେଶାଲ କରୋନା ଟ୍ୟାକ୍ସ ଲଗାଇବା ପାଇଁ ଘୋଷଣା କଲେ । ଦିଲ୍ଲୀ ସରକାରର 70 ପ୍ରତିଶତ ଟ୍ୟାକ୍ସ ଲଗାଇଲେ । ଆଉ କିଛି ରାଜ୍ୟ ନିର୍ଦ୍ଧାରିତ ସମୟରେ ଦୋକାନ ଖୋଲିବାକୁ ଅନୁମତି ଦେଲେ ।

wineଏବେ ଜମାଟୋ ଏହି ସମୟର ଫାଇଦା ଉଠାଇବା ପାଇଁ ରେଡି ହେଉଛି । ବର୍ତ୍ତମାନ ସ୍ଥିତିରେ ମଦକୁ ଘରେ ପହଞ୍ଚାଇବାର କୌଣସି ଆଇନ ଆସିନାହିଁ ହେଲେ ମଦ ଇଣ୍ଡରଷ୍ଟ୍ରି ଦାବି କରୁଛି ସରକାର ମଦର ହୋମ ଡେଲିଭରି ପାଇଁ ଅନୁମତି ଦିଅନ୍ତୁ। ଯଦି ସରକାର ଏଥିପାଇଁ ଅନୁମତି ଦେବେ ତାହାଲେ ଜମାଟୋ ମଦ ସିଧା ଘରେ ପହଞ୍ଚାଇ ପାରିବ । ଜମାଟୋ ceo ମୋହିତ ଗୁପ୍ତାଙ୍କ କହିବା ହେଲା ଯଦି ଟେକ୍ନୋଲୋଜି ସାହାରେ ମଦର ହୋମ ଡେଲିଭରି କରାଯାଏ ତେବେ ମଦ ବିକ୍ରିକୁ ଆଗକୁ ବଢାଯାଇ ପାରିବ। ଜମାଟୋ କହିଛି ସେମାନେ ସେହି ସବୁ ଜଗାରେ ଏହି ସୁବିଧା ଦେବେ ଯେଉଁଠି କରୋନା ଭାଇରସ ସଂକ୍ରମଣ କମ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.