ରଥନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କର ହେବ କରୋନା ଟେଷ୍ଟ, ବଡଦାଣ୍ଡର  ୨୦୦ଫୁଟ ନିଷିଦ୍ଧାଞ୍ଚଳ ଭିତରେ ହେବ ରଥକାମ

କେନ୍ୟୁଜ୍ (ବ୍ୟୁରୋ): ରଥନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କର ହେବ କରୋନା ଟେଷ୍ଟ । ବଡଦାଣ୍ଡର  ୨୦୦ଫୁଟ ନିଷିଦ୍ଧାଞ୍ଚଳ ଭିତରେ ସାମାଜିକ ଦୂରତାକୁ ରକ୍ଷା କରି ରଥକାମକୁ ତ୍ବରାନିତ କରାଯିବ  । ୧୫୦ରୁ ଅଧିକ ବିଶ୍ୱକର୍ମା ସେବାୟତଙ୍କ କରାଯିବ ସ୍ୱାସ୍ଥ୍ୟ ପରୀକ୍ଷା । ସମସ୍ତ  ବିଶ୍ୱକର୍ମାଙ୍କୁ ୨ଟି ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟର  ବ୍ୟବସ୍ଥା କରାଯିବ । ସମସ୍ତ ସେବାୟତଙ୍କୁ ବସ ଯୋଗେ ରଥଖଳାକୁ ନିଆଯିବ ବୋଲି ସୂଚନା ମିଳିଛି  । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ରଥ ନିର୍ମାଣ କାମ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ କେନ୍ଦ୍ରର ନିଷ୍ପତିକୁ ଅପେକ୍ଷା କରାଯାଇଥିଲା । ଗତ କାଲି କେନ୍ଦ୍ର ତରଫରୁ ଗ୍ରୀନ ସିଗନାଲ ମିଳିବା  ପରେ ରଥକାମ ଆରମ୍ଭ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରଖକାମ ତ୍ବରାନିତ କରାଯାଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି।

 

ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା। ଲକ୍‌ଡାଉନ୍‌ ନିୟମାବଳୀ ଆଧାରରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମରେ ଅଳ୍ପ ସଂଖ୍ୟକ ମହାରଣା ନିୟୋଜିତ ହୋଇଛନ୍ତି।

ratha

ଗତକାଲି ଠାରୁ  ପୁରୀରେ ରଥ ନିର୍ମାଣ କାର୍ଯ୍ୟ ନେଇ ହଟିଯାଇଥିଲା  ସସପେନ୍ସ ।କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରଥ ନିର୍ମାଣ କାମକୁ ଗ୍ରୀନ ସିଗନାଲ ଦେବା ପରେ ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ ରଥ କାମ। ତିନି ରଥର ମୁଖ୍ୟ ବିଶ୍ୱକର୍ମା ମହାରାଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ ରଥନିର୍ମାଣ ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସର୍ତ୍ତମୂଳକ ଅନୁମତିକୁ ଅନୁପାଳନ କରାଯିବ।

ରଥ ଖଳାରେ ସାମାଜିକ ଦୂରତ୍ୱ ରକ୍ଷା କରି ରଥ ନିର୍ମାଣ ହୋଇ ପାରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଗ୍ରୀନ୍‌ ସିଗନାଲ୍‌ ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ରଥଖଳାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ନହେବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ତେବେ ରଥଯାତ୍ରା ହେବ କି ନାହିଁ ତାହା ରାଜ୍ୟ ସରକାରଙ୍କ ହାତରେ ଛାଡ଼ିଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.