Below header

ଆଖିତଳ କଳାଦାଗ ପାଇଁ ଚିନ୍ତିତ କି, ତେବେ ଆପଣାନ୍ତୁ ଏହି ଉପାୟ

ଆଜି କାଲିର ଯୁବ ପିଢ଼ିଙ୍କ ଠାରେ ଆଖି ତଳ କଳା ପଡିବା ଏକ ସାଧାରଣ ସମସ୍ୟା ହେଲାଣି । ଆଖି ତଳ କଳା ପଡିଲେ ମୁଖ ମଣ୍ଡଳର ସୌନ୍ଦର୍ଯ୍ୟ କମିଯାଏ । ଅଧିକ ସମୟ ଯାଏଁ ଟିଭି ଦେଖିବା, ବହି ପଢାପଢି କରିବା, ମୋବାଇଲ ବ୍ୟବହାର କରିବା, ଚାପ ଗ୍ରସ୍ତ ରହିବା , ମାନସିକ ଚିନ୍ତା, ବାରମ୍ବାର ଆଖିରେ ହାତ ମାରିବା ବା ମକଚିବା , ଶରୀରରେ କୌଣସି ଅସୁବିଧା କିମ୍ବା, ଭିଟାମିନ କମିଲେ, ମାତ୍ରାଧିକ ମେକଅପ ବ୍ୟବହାର ହିଁ ଆଖି ତଳ କଳା ପଡିବା ପରି ସମସ୍ୟା ମାନ ଉପୁଜିଥାଏ । ଆମ ଆଖି ଚାରିପଟ ଅଂଶ ଆମ ମୁହଁର ତ୍ୱଚା ଠାରୁ ଅଧିକ ନରମ ଓ ସମ୍ବେଦନଶିଳ ।

ଏହି ଅଂଶ ବି ମୁହଁର ଅନ୍ୟ ଭାଗ ଅପେକ୍ଷା ଅଧିକ ଶୁଷ୍କ ହୋଇଥାଏ । ଉପଯୁକ୍ତ ଧ୍ୟାନ ନରଖିଲେ ମୁହଁର ଅନ୍ୟ ଅଂଶ ଅପେକ୍ଷା ଏହି ଭାଗ ଶୀଘ୍ର କ୍ଷତିଗ୍ରସ୍ତ ହୋଇଥାଏ । ନିଜ ଚେହେରାର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଏହି ଅଂଶର ବି ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଟିପ୍ସ କିମ୍ବା ଉପାୟ ନେଇ ଆସିଛୁ ଯାହାକୁ ନିୟମିତ ଭାବେ ୭ ଦିନ ପର୍ଯ୍ୟନ୍ତ ବ୍ୟବହାର କଲେ ଆପଣଙ୍କ ଆଖି ତଳ କଳା ଦାଗ ଅନେକ ପରିମାଣରେ କମିଯିବ । ହଁ ଏଥିପାଇଁ କିନ୍ତୁ ଆପଣଙ୍କୁ ବିଶେଷ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ । ତେବେ ଜାଣି ରଖନ୍ତୁ ଏଥିପାଇଁ କଣ କଣ ଦରକାର ଓ କିଭଳି ଏହାର ଉପଯୋଗ କରିବେ ।

dark circles

1. ହରିଡ଼ା

2. କିଛି ବୁନ୍ଦା ପାଣି ବା ଗୋଲାପ ଜଳ

କେମିତି କରିବେ ଜାଣନ୍ତୁ:

ଏକ ହରିଡ଼ାକୁ ଭଲ ଭାବେ ଏକ ପଥର ପେଡିରେ ଘୋରି ଦିଅନ୍ତୁ । ଏବେ ମୁହଁକୁ ଭଲ ଭାବେ ସଫା କରି ଦିଅନ୍ତୁ । ଏବେ ଘୋରା ଯାଇଥିବା ହରିଡ଼ା ପେଷ୍ଟକୁ ନିଜ ଆଖି ଚାରି ପାଖରେ ଧୀରେ ଧୀରେ ମାଲିସ କରନ୍ତୁ । ଏହି ଉପାୟ ଅତି କମରେ ସାତ ଦିନ ପର୍ଯ୍ୟନ୍ତ ଅବଲମ୍ବନ କରନ୍ତୁ । ଦେଖିବେ ଆପଣଙ୍କ ଆଖି ଚାରିପାଖ ରଙ୍ଗରେ ନିଶ୍ଚିତ ରୂପେ ପରିବର୍ତ୍ତନ ଆସିବ । କହିରଖିବା ଉଚିତ ହେବକି, ଖାଲି ଆଖି ତଳ କଳା ନୁହେଁ, ଅନ୍ୟ ତ୍ୱଚା ସମସ୍ୟା ପାଇଁ ହରିଡ଼ା ବି ଖୁବ ଲାଭଦାୟକ ହୋଇଥାଏ । ଅନ୍ୟ ପକ୍ଷରେ ଶରୀରର ବାତ, ପିତ୍ତ, କଫ ସମସ୍ୟା ବାଲାନ୍ସ କରିବାରେ ହରିଡ଼ା ଖୁବ ଲଭଦାୟୀ ହୋଇଥାଏ । ଏଥିରେ ମହଜୂତ ଥିବା ବିଶେଷ ରାସାୟନିକ ଗୁଣ ଶରୀରର ନୂତନ କୋଷ ବିକଶିତ କରିବାରେ ବିଶେଷ ଭୂମିକା ନିଭେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.