ଆସନ୍ତାକାଲି ବୋର୍ଡର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, କେବେ ହେବ ମାଟ୍ରିକ୍‌ ଖାତା ଦେଖା ନିଆଯିବ ନିଷ୍ପତ୍ତି

କେନ୍ୟୁଜ୍ (ବ୍ୟୁରୋ): କେବେ ହେବ ମାଟ୍ରିକ୍‌ ଖାତା ଦେଖା । ଏନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ କେବେଠାରୁ ଖାତା ଦେଖା ଆରମ୍ଭ ହେବ ସେନେଇ ନିଷ୍ପତ୍ତି ନିଆଯିବ । କରୋନା ପାଇଁ ସ୍ଥଗିତ ରହିଛି ମାଟ୍ରିକ ଖାତାଦେଖା । ମାର୍ଚ୍ଚ ମାସରେ ହାଇସ୍କୁଲ ସାର୍ଟିଫିକେଟ୍‌, ଷ୍ଟେସନ ଓପନ ସ୍କୁଲ ସାର୍ଟିଫିକେଟ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ଖାତାଦେଖା ଆରମ୍ଭ ହୋଇଥିଲା । ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୭ଟି ସ୍କୁଲରେ ହୋଇଥିଲା ୬୧ଟି ମୂଲ୍ୟାୟନ କେନ୍ଦ୍ର । ରାଜ୍ୟରେ କରୋନା ଭୟ ଥିଲେ ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଥିଲେ । ମୋଟ ୧୬ହଜାର ଶିକ୍ଷକ ଶିକ୍ଷୟତ୍ରୀ ମୂଲ୍ୟାୟନରେ ଭାଗ ନେଇଥିଲେ ।  ହେଲେ ମାତ୍ର ଗୋଟିଏ ଦିନ ଖାତା ଦେଖା ହୋଇଥିଲା । କରୋନା ପାଇଁ ସ୍ଥଗିତ ରହିଛି ଖାତାଦେଖା ।

 

ସ୍କୁଲ ବନ୍ଦ, ହେଲେ ଚାଲିଛି ପାଠପଢା । ପିଲା ସ୍କୁଲକୁ ଯାଉନଥିଲେ ମଧ୍ୟ ଅନ୍‌ଲାଇନ୍‌ ଯୋଗେ ପାଠପଢା ହେଉଛି । ଆଦର୍ଶ ବିଦ୍ୟାଳୟ ଉପରେ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ଅନ୍‌ଲାଇନ୍‌ ଯୋଗେ ୭୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ପାଠ ପଠାଯାଉଛି । ପ୍ରତିଦିନ ତିନିଟି କ୍ଲାସ୍‌ ନିଆଯାଉଛି । ସେହିପରି ଅଡ୍‌-ଇଭେନ୍‌ ମାଧ୍ୟମରେ ପାଠ ପଢା ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଏନେଇ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

 

ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ  ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ବଢାଯିବ । ସାମାଜିକ ଦୂରତା ରକ୍ଷା କରି ସମସ୍ତ ଶିକ୍ଷକ ଖାତା ଦେଖିବେ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।କରୋନା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହିତ ଖାତା ମୂଲ୍ୟାୟନକାରୀ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ବଢ଼ାଯିବ।ୱେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତାଦେଖା ଲାଗି ଡକାଯିବ। ଖାତାଦେଖା ଆରମ୍ଭର ୪୫ ଦିନ ଭିତରେ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.