Below header

ବାଲେଶ୍ୱର: ଚୋରକୁ ଧରି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ମାଡରେ ଗୁରୁତର ୩ଜଣ ଚୋର ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ୱର: ଚୋରକୁ ଛେଚା। ଚୋରି କରୁଥିବାବେଳେ ଧରାପଡିଲେ ଆଉ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଶ୍ୟାମରାୟପୁର ଗାଁରେ ଗତକାଲି ରାତିରେ ୩ଜଣ ଚୋର ପଶିଥିଲେ। ଆଉ ଚୋରି କରୁଥିବାବେଳେ ଗାଁ ଲୋକଙ୍କ ହାତରେ ଧରାପଡିଲେ । ତାପରେ ସେମାନଙ୍କ ଉପରେ ବର୍ଷି ଯାଇଥିଲେ ଗାଁଲୋକ। ମାଡରେ ଗୁରୁତର ହୋଇ ୩ଜଣ ଚୋରଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିା ଗାଁ ଲୋକେ ଯାତ୍ରା ଦେଖିବାକୁ ଯାଇଥିବାବେଳେ ୫ ଜଣ ଚୋର ଘରେ ପଶି ଚୋରି କରୁଥିଲେ । ଏହାର ଖବର ପାଇ ୩ଜଣଙ୍କୁ ଧରି ନିସ୍ତୁକ ପିଟିଥିଲେ ଲୋକେ । ୨ ଜଣ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରେ ସିଂଲା ପୋଲିସ ପହଂଚି ଚୋରଙ୍କୁ ଉଦ୍ଧାର କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.