ପାରାଦୀପ: ତୃତୀୟ ଦିନରେ ଶ୍ରମିକଙ୍କ ଆନ୍ଦୋଳନ, ଫାଟକ ସାମ୍ନାରେ ତିନି ଦିନି ହେଲା ପ୍ରବଳ ଶୀତରେ ଧାରଣାରେ ବସିଛନ୍ତି ଶ୍ରମିକ

ତୃତୀୟ ଦିନରେ ଶ୍ରମିକଙ୍କ ଆନ୍ଦୋଳନ। ପାରାଦୀପ ବନ୍ଦର ୫ନମ୍ବର ଫାଟକ ସାମ୍ନାରେ ତିନି ଦିନି ହେଲା ପ୍ରବଳ ଶୀତରେ ଧାରଣାରେ ବସିଛନ୍ତି ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର୍‌ ୟୁନିଅନର ଶ୍ରମିକ। ପିଆଇସିଟିର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଏକାଠି ହୋଇଛନ୍ତି ଶହ ଶହ ଶ୍ରମିକ। ଫଳରେ ପିଆଇସିଟିର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । କମ୍ପାନି କର୍ତ୍ତୃପକ୍ଷ ଦାବି ପୁରଣ ନକରିବାଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Leave A Reply

Your email address will not be published.