Below header

ଟିକାକରଣ ପାଇଁ କାଲିଠୁ ପଞ୍ଜୀକରଣ ଆରମ୍ଭ ହେବ, ଟିକା ଆସିବାରେ ହୋଇପାରେ ବିଳମ୍ବ : ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ କାଲିଠୁ ପଞ୍ଜୀକରଣ ଆରମ୍ଭ ହେବ । ଏଥିପାଇଁ ୧୮ବର୍ଷରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତି ଆସନ୍ତାକଲିଠୁ କୋ-ଓ୍ଵିନ୍‌ ପୋର୍ଟାଲରେ ପଞ୍ଜିକରଣ କରିବେ । ହେଲେ ଏଯାଏ ଟିକା ମିଳିିନି, ଟିକା ଆସିବା ପରେ ସ୍ଲଟ ବୁକିଂ ବାବଦରେ ଜଣାଇ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । କୋଭିସିଲ୍ଡ ଟିକା ଆସିବାରେ ବିଳମ୍ବ ହେବ ।

ସେରମ ଇନଷ୍ଟିଚ୍ୟୁଟ ମେ ମାସ ମଧ୍ୟରେ କୋଭିସିଲଡ ଦେଇପାରିବ କି ନାହିଁ ଜଣାଇବେ । ତେବେ କୋଭାକ୍ସିନ ଟିକା ମେ’ ମାସ ଭିତରେ ଆସିବାର ଅଧିକ ସମ୍ଭାବନା ରହିଛି । ତେଣୁ ଟିକାର ଉପଲବ୍ଧତା ଉପରେ ତୃତୀୟ ପର୍ଯ୍ୟାୟ ଟିକାରକରଣ କେବେଠୁ ଆରମ୍ଭ ହେବ ତାହା ନିର୍ଭର କରୁଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଟିକା ଆସିବା ପରେ ୧୮ବର୍ଷରୁ ୪୪ ବର୍ଷ ବୟସ ବର୍ଗରେ ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା କେବେ ଦିଆଯିବ ତାହା ଜଣାଇଦିଆଯିବ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.