Below header

ପୁରୀ ବଡ଼ଦାଣ୍ଡରେ ଭିକାରୀ ସାଜିଛନ୍ତି ଡିଗ୍ରୀ ଇଞ୍ଜିନିୟର, ବର୍ଷ ବର୍ଷ ଧରି କରୁଛନ୍ତି ଭିକ୍ଷାବୃତ୍ତି

ପୁରୀ: ପୁରୀ ବଡ଼ଦାଣ୍ଡରେ ଭିକାରୀ ସାଜିଛନ୍ତି ଡିଗ୍ରୀ ଇଞ୍ଜିନିୟର । ଉଚ୍ଚଶିକ୍ଷିତ ଓ ଯୋଗ୍ୟତା ଥାଇ ମଧ୍ୟ ଚାକିରି ମିଳିନାହିଁ । ଜଣେ ଡିଗ୍ରୀ ଧାରୀ ଇଞ୍ଜିନିୟର ବର୍ଷ ବର୍ଷ ଧରି ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଛନ୍ତି । ସେ ବଡଦାଣ୍ଡରେ ଜଣେ ରିକ୍ସା ଚାଳକଙ୍କୂ ମାରି ରକ୍ତାକ୍ତ କରିବା ସହ ନିଜେ ମଧ୍ୟ ଆହତ ହୋଇଛନ୍ତି । ଏହା ପରେ ସେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗରୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା କଥା ସାମ୍ନାକୁ ଆସିଛି । ସେ ଦେଇଥିବା ଏତଲା ଇଂରାଜୀରେ ଲେଖିଥିଲେ । ଏହି ଏତଲା ସଂପୂର୍ଣ୍ଣ ନିର୍ଭୁଲ ଥିଲା । ଏହା ପରେ ସେ ପୋଲିସ ଆଗରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ । ସେ ହେଉଛନ୍ତି ଭୁବନେଶ୍ୱର ଜୟଦେବ ବିହାରର ଗିରିଜା ଶଙ୍କର ମିଶ୍ର । ତାଙ୍କ ବାପା ଜଣେ ପୋଲିସ ଡିଏସ୍‌ପି । ସେ ଜଣେ ମେଧାବୀ ଛାତ୍ର ଥିଲେ । ବିଏସ୍‌ସି ଓ ଇଞ୍ଜିନିୟରିଂ ପରେ ସେ ଏକ ଇଞ୍ଜିନିୟରିଂ କଲେଜରେ ତିନି ବର୍ଷ ପାଇଁ ଅଧ୍ୟାପନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.