କଣ କେବଳ ପାସୱାର୍ଡ଼ ଭରସାରେ ଅଛି କି ଆପଣଙ୍କ ସ୍ମାର୍ଟଫୋନ ତାହେଲେ ଲଗାଇ ଦିଅନ୍ତୁ ଏହିସବୁ ସୁରକ୍ଷା କବଚ

ଦିନଥିଲା ଫୋନର ସୁରକ୍ଷା କେବଳ ପାସୱାର୍ଡ଼ ଉପରେ ନିର୍ଭର ଥିଲା କିନ୍ତୁ ବଦଳୁଥିବା ଟେକନିକ ସହିତ ବର୍ତ୍ତମାନ କଠିନରୁ କଠିନ ପାସୱାର୍ଡ଼ ମଧ୍ୟ ଅତି ସହଜରେ ହ୍ୟାକ ହୋଇଯାଉଛି । ସେଥିପାଇଁ ସ୍ମାର୍ଟଫୋନ କମ୍ପାନୀଗୁଡ଼ିକ ପାରମ୍ପରିକ ପାସୱାର୍ଡକୁ ଏବେ ବାୟୋମେଟ୍ରିକ୍ସ ପାସୱାର୍ଡ଼ରେ ପରିଣତ କରିଦେଇଛି । ଯେପରିକି ଫିଙ୍ଗରପ୍ରିଣ୍ଟ ସ୍କାନର, ଫେସିଆଲ ରେକଗ୍ନିସନ, ଆଇରିସ ସ୍କାନର, ଭଏସ ରେକଗ୍ନିସନ ଇତ୍ୟାଦି । ଏହା ବ୍ୟତୀତ ଫୋନରେ ନନବାୟୋମେଟ୍ରିକ୍ସରେ ପିନ ଏବଂ ପାସୱାର୍ଡ଼ ଆସିଥାଏ । ତେବେ ଯଦି ଆପଣ ନିଜ ଫୋନରେ ଏହିସବୁ ସିକ୍ୟୁରିଟି ଫିଚର୍ସକୁ ଆକ୍ଟିଭ କରି ରଖିଛନ୍ତି ତାହେଲେ କେହିବି ଆପଣଙ୍କ ଅନୁମତି ବିନା ଆପଣଙ୍କ ଫୋନ ବ୍ୟବହାର କରିପାରିବ ନାହିଁ ।

ଭଏସ ରେକଗ୍ନିସନ

voice recognition

ଏହି ଫିଚର ବ୍ୟକ୍ତି ଦ୍ୱାରା କୁହାଯାଉଥିବା ଶବ୍ଦକୁ ଇନପୁଟ ଭଳି ନେଇଥାଏ ଏବଂ ସେଗୁଡିକୁ ଡିଜିଟାଲ ଫର୍ମରେ ପରିଣତ କରାଇ ତାଉପରେ କାମ କରିଥାଏ । ଏହି ଫିଚର ସେହି ଶବ୍ଦ ଜରିଆରେ ବ୍ୟକ୍ତିକୁ ରେକଗନାଇଜ କରିଥାଏ । ଏହି ଟେକନିକର ପ୍ରୟୋଗ ମୋବାଇଲ ଫୋନ ଚଳାଇବା, କମାଣ୍ଡ ଦେବା ଏବଂ ଶବ୍ଦ ମାଧ୍ୟମରେ ସର୍ଚ୍ଚ କରିବା ପାଇଁ କରାଯାଇଥାଏ ଯେଉଁଥିରେ କିବୋର୍ଡ଼ ବଟନ ପ୍ରେସ କରିବାର ଆବଶ୍ୟକତା ପଡ଼ିନଥାଏ ।

ଫେସିଆଲ ରେକଗ୍ନିସନ

facial recognition

ଏହି ଫିଚର ସାହାଯ୍ୟରେ ୟୁଜର ସ୍ମାର୍ଟଫୋନ ଦେଖି ତାକୁ ଅନଲକ କରିପାରିବ । ସାଧାରଣତଃ ଏହାକୁ ସିକ୍ୟୁରିଟି ସିଷ୍ଟମରେ ବ୍ୟବହାର କରାଯାଇଥାଏ । ଯଦି ଆପଣ ସୋସିଆଲ ମିଡ଼ିଆ ୟୁଜ କରୁଛନ୍ତି ତାହେଲେ ଆପଣ ଜାଣିଥିବେ ଯେ ଫେସବୁକ ଆପଣଙ୍କ ବନ୍ଧୁଙ୍କ ଚେହେରାର ଆଧାରରେ ଫଟୋ ଟ୍ୟାଗ କରିବାର ଅପ୍ସନ ଦେଇଥାଏ ଯାହାକି ଏକପ୍ରକାର ଫେସିଆଲ ରେକଗ୍ନିସନ ଅଟେ । ଫେସିଆଲ ରେକଗ୍ନିସନ ସିଷ୍ଟମ ଏକ ମୋବାଇଲ ଫିଚର ଅଟେ ଯାହା କୌଣସି ବ୍ୟକ୍ତିର ଡିଜିଟାଲ ଇମେଜ ହିସାବରେ ତାର ଭେରିଫାଇ କରିଥାଏ ଏବଂ ଫେସିଆଲ ଫିଚର ଡାଟାବେସରେ ଫିଡ଼ ୟୁଜରର 3D ଚିତ୍ର ସହିତ ୟୁଜରର ଚେହେରାର ଡ଼ିଜିଟାଲି ମ୍ୟାଚ କରାଇଥାଏ ।

ଫିଙ୍ଗରପ୍ରିଣ୍ଟ ସ୍କାନର

samsung galaxy note 10 fingerprint

ସ୍ମାର୍ଟଫୋନରେ ଫିଙ୍ଗରପ୍ରିଣ୍ଟ ସ୍କାନର ହେବାଦ୍ବାରା ଆମ ଫୋନର ସିକ୍ୟୁରିଟି ଆହୁରି ବଢି ଯାଇଥାଏ । ଯେତେବେଳେ ୟୁଜର ନିଜର ଏହି ଅପ୍ସନକୁ ଅନ କରିଥାଏ ସେତେବେଳେ ସ୍ମାର୍ଟଫୋନରେ ଥିବା ଅପ୍ଟିକାଲ ସ୍କାନର ୟୁଜର ଫିଙ୍ଗରପ୍ରିଣ୍ଟର ଡିଜିଟାଲ ଇମେଜ କ୍ୟାପଚର କରିନେଇଥାଏ । ଆଗକୁ ଥିବା ଭେରିଫିକେସନ ପାଇଁ ଏହି ଡିଜିଟାଲ ଇମେଜ ସ୍ମାର୍ଟଫୋନରେ ଫିଡ଼ ହୋଇଯାଇଥାଏ । ଯଦି ଫୋନରେ ଫିଙ୍ଗରପ୍ରିଣ୍ଟ ସିକ୍ୟୁରିଟି ଅନ ଥାଏ ତାହେଲେ ୟୁଜରଙ୍କ ବ୍ୟତୀତ ଅନ୍ୟକେହି ଫୋନ ଅନଲକ କରିପାରିବେ ନାହିଁ । ବର୍ତ୍ତମାନ ହ୍ଵାଟ୍ସଆପ ଭଳି ଆପରେ ମଧ୍ୟ ଫିଙ୍ଗରପ୍ରିଣ୍ଟର ଫିଚର ଆସିଗଲାଣି ।

ଆଇରିସ ସ୍କାନ

iris scanner

ଆଇରିସ ପାଟର୍ନ ଏବଂ ରେଟିନା ବ୍ଲଡ଼ ଭେସଲସ ପ୍ରତ୍ୟେକ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ହୋଇଥାଏ । ରେଟିନାଲ ସ୍କାନିଂ ଏକ ବାୟୋମେଟ୍ରିକ ଟେକନିକ ଅଟେ ଯେଉଁଥିରେ ରେଟିନାରେ ଥିବା ବ୍ଲଡ଼ ଭେସଲସର ଭିନ୍ନ ପାଟର୍ନ ହୋଇଥିବା କାରଣରୁ ବ୍ୟକ୍ତିଙ୍କୁ ରେକଗନାଇଜ କରାଯାଇଥାଏ । ଅଧିକାଂଶ ୟୁଜର ଆଇରିସ ପାଟର୍ନ ଓ ରେଟିନା ବ୍ଲଡ଼ ଭେସଲସ ପାଟର୍ନରେ ଦ୍ଵନ୍ଦରେ ପଡିଯାଇଥାନ୍ତି । ତେବେ ସ୍ମାର୍ଟଫୋନରେ ଥିବା ଫ୍ରଣ୍ଟ କ୍ୟାମେରା ସାହାଯ୍ୟରେ ୟୁଜର ନିଜର ରେଟିନକୁ ସ୍କାନ କରିଥାଏ ଯାହାଦ୍ୱାରା ଫୋନ ଅନଲକ ହୋଇଥାଏ ।

କଣ କୁହନ୍ତି ଏକ୍ସପର୍ଟ ?

iphone x face id

ଟେକ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଫେସ ଅନଲକ ଫିଚର ପୂର୍ବରୁ ଆଣ୍ଡ୍ରଏଡ଼ରେ ଆସୁଥିଲା କିନ୍ତୁ ଏହା ଏତେ ବି ସିକ୍ୟୁଅର ନଥିଲା । ତେବେ ଆପଲ ଏହିସବୁ ଫିଚର ଆଇଫୋନରେ ଦେବାପରେ ଏବେ ଆଣ୍ଡ୍ରଏଡ଼ ମଧ୍ୟ ଉକ୍ତ ଫିଚର ଗୁଡିକ ନିଜ ଫୋନରେ ଦେବା ଆରମ୍ଭ କରିଛି । କିନ୍ତୁ ଫେସ ଅନଲକ ଫିଚର ଆଇଫୋନ ତୁଳନାରେ ଆଣ୍ଡ୍ରଏଡ଼ ଫୋନରେ ଅଧିକ ସିକ୍ୟୁଅର ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.