Below header

ବାଲେଶ୍ୱର: ଜୀବନ ଯୁଦ୍ଧରେ ବିଜୟଙ୍କ ସଂଗ୍ରାମ, ହାରିଯିବା ପୂର୍ବରୁ ମିଳିଯାଆନ୍ତା କି ସରକାରୀ ସହାୟତା

ବାଲେଶ୍ୱର(କେନ୍ୟୁଜ୍) : କେତେ ଦିନ ଆଉ ଆଖିର ଲୁହକୁ ପିଇ ଶୋଷ ମେଂଟାଇବେ ଆଉ ଦୁଃଖ ଯନ୍ତ୍ରଣାର ପ୍ରହାର ଉପରେ ପ୍ରହାର ଖାଇ ବଂଚିବେ । ଗୋଟିଏ ପଟେ ମେଡିକାଲ ବେଡରେ ପଡି ପଢିଲା ଓ ବଢିଲା ପୁଅ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ୫ବର୍ଷ ହେବ ଆର୍ଥିକ ଅନଟନ ଯୋଗୁଁ ପକ୍ଷାଘାତ ରୋଗୀ ବାପର ଚିକିତ୍ସା ବନ୍ଦ ହୋଇ ଯାଇଛି । ଆଉ ୟା ଭିତରେ ଅନ୍ଧୁଣୀ ମାଆ ର ଦୁଃଖ ଦ୍ୱୀଗୁଣିତ ହୋଇ ଯାଇଛି । ଏଭଳି ସ୍ଥିତିରେ କେବଳ ସରକାରୀ ସହାୟତା କୁ ଚାହିଁ ବସିଛନ୍ତି ବିଜୟଙ୍କ ପରିବାର ।

houseବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ବରୁଣ ସିଂ ଗ୍ରାମ ବେହେରା ସାହିର ବିଜୟ କୁମାର ଜେନା । ବଡ ପୁଅ ବୋଲି ବାପା ମାଆ ନାଆଁ ଦେଇଥିଲେ ବିଜୟ । ଗତ ବର୍ଷେ ତଳେ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଏମ୍.ବି.ଏ ପଢିଲା ବେଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ବିଜୟ । ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ତା ପର ଠାରୁ ସେ ଏବେ ଶଯ୍ୟାଶୟୀ ।

familyପ୍ରଥମେ ବିଜୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ, ପରେ କଟକ ଓ ଶେଷରେ ଏମ୍ସ ନିଆ ଯାଇଥିଲା ହେଲେ ଅଧିକ ଚିକିତ୍ସା ହୋଇ ପାରିଲା ନାହିଁ। ଚିକିତ୍ସାପାଇଁ ଏବେ ଅଧିକ ଟଙ୍କା ଆବଶ୍ୟକ ହେଉଥିବାରୁ ଏବେ ଚିକିତ୍ସା ଅଧବାଟରେ ଅଟକି ଯାଇଥିବା ବେଳେ କିଛି ଦିନ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେଡ ରେ ପଡି ଛଟପଟ ହେଉଛନ୍ତି । ଖାଲି କାକୁତି ମିନତି ହେଉଛନ୍ତି ମୋତେ ବଂଚାଇ ଦିଅ ବୋଲି ।

fatherଅନ୍ୟପଟେ ବିଜୟଙ୍କ ବାପା କେବଳ ଘରର ରୋଜଗାର କ୍ଷମ ଥିବାବେଳେ ସେ ବି ୫ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହେବା ପରେ ଏବେ ପକ୍ଷାଘାତ ରୋଗରେ କାଳ କାଟୁଛନ୍ତି । ବିଜୟ ଙ୍କ ଦୁର୍ଘଟଣା ପରେ ସେ ଶଯ୍ୟାଶାୟୀ ହୋଇଥିବା ବେଳେ ଏବେ ପାଠ ପଢିବା ପାଇଁ ଟଙ୍କା ଅଭାବ ହେବାରୁ ଆଇ ଟି ଆଇ ପରେ ଏବେ ପାଠରେ ଡୋରୀ ବାନ୍ଧି ବସିଛି ସାନ ଭାଇ । ପରିବାରରେ ଦୁଇ ଦୁଇ ଜଣଙ୍କ ଏଭଳି ଅବସ୍ଥା ପାଇଁ ଦିନକୁ ଦିନ ପରିବାରର ବୋଝ ବଢି ଚାଲିଛି ।

ଚାଳ କୁଡିଆ ଭଙ୍ଗା ଦଦରା ଘର ଉପରେ ଯେଭଳି ବୋଝ ଉପରେ ବୋଝ ଲଦି ହୋଇ ଯାଇଛି ଯାହା ଏହି ପରିବାରକୁ ଦେଖିଲେ ଅନୁଭବ କରି ହେଉଛି । ଆଉ ଏତେ ସବୁ ପରେ ବି ବିଜୟଙ୍କ ଚିକିତ୍ସା ବ୍ୟବସ୍ଥା କିଛି ସମାଜ ସେବୀ ଓ ସହୃଦୟ ବ୍ୟକ୍ତି ଙ୍କ ସହାୟତାରେ ଜାରି ରହିଥିବା ବେଳେ ମାଆ ସୁଲୋଚନା ଆଖିକୁ ଠିକ ସେ ଦେଖାନଗଲେ ବି ପୁଅର ସେବାରେ ସେ ଲାଗିପଡିଛନ୍ତି ।

ଯୋଗାଯୋଗର ଠିକଣା
ବିଜୟ କୁମାର ଜେନା, ପୋଷ୍ଟ-ବରୁଣ ସିଂ, ଥାନା ଖନ୍ତାପଡ଼ା, ଜିଲ୍ଲା-ବାଲେଶ୍ୱର
ଫୋନ୍‌ ନଂ-9853545310

ବାଲେଶ୍ୱରରୁ ଆଶୁତୋଷ ମଲିକଙ୍କ ରିପୋର୍ଟ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.